ଅସହାୟଙ୍କୁ ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢ଼ାଇଲା “ଭରସା ପରିବାର”

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ପଞ୍ଚାୟତ ଟିକରପଡା ଗ୍ରାମର ଗୋପୀ ନାଏକଙ୍କ ମୃତ୍ୟୁ ପରେ ତାଙ୍କ ମୁକ ପୁଅ କନ୍ଦା ନାଏକ ଅତ୍ୟନ୍ତ ଦୁଃଖଦ ତଥା ଅସହାୟ ଅବସ୍ଥାରେ ଥିବା ଖବର ଭରସା ପରିବାର ନିକଟରେ ପହଞ୍ଚିଥିଲା । ଭରସା ପରିବାର ଖବର ପାଇବା ପରେ ଠାକୁରମୁଣ୍ଡା ସଭାପତି ସିପୁନ କୁମାର ମହାନ୍ତ ସ୍ଥିତି ଅନୁଧ୍ୟାନ କଲା ପରେ “ଭରସା ପରିବାର” ଙ୍କୁ ଅବଗତ କରାଇଥିଲେ । ଏହାପରେ ରାଜ୍ୟ ସମ୍ପାଦକ କୃଷ୍ଣ ମହାନ୍ତ, ମୟୁରଭଞ୍ଜ ଙ୍କ ନେତୃତ୍ୱ ରେ ଜିଲ୍ଲା ସଭାପତି ବୁଧୁରାମ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମହାନ୍ତ, ସଦସ୍ୟା ଚନ୍ଦ୍ରିକା ମହାନ୍ତ, ଠାକୁରମୁଣ୍ଡା ସଭାପତି ସିପୁନ କୁମାର ମହାନ୍ତ, ସଦସ୍ୟା ଲଳିତା ମହାନ୍ତ, ରାଜକିଶୋର ବାରିକ, ଯୁଧିଷ୍ଠିର ମହାନ୍ତ, ସାଗର ମହାନ୍ତ ଓ ମଧୁସୂଦନ ହୋ ତାଙ୍କ ଘରକୁ ଯାଇ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ରେଶନ ସାମଗ୍ରୀ, ପନିପରିବା ଓ ନୂତନ ବସ୍ତ୍ର ପ୍ରଦାନପୁର୍ବକ ସମବେଦନା ଜଣାଇଛନ୍ତି । ଆଗାମୀ ଦିନରେ ସୁଖଦୁଃଖରେ ସାଥ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ଉପସ୍ଥିତ ଭରସା ପରିବାରର ସଦସ୍ୟମାନେ । ଉଲ୍ଲେଖ ଯୋଗ୍ୟ ଯେ ସମାଜସେବୀ ଅନୁଷ୍ଠାନ ଭରସା ପରିବାର ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିମନ୍ତେ ରକ୍ତ ର ଅଭାବ କୁ ଦୃଷ୍ଟିରେ ରଖି ସିଧାସଳଖ ରୋଗୀଙ୍କୁ ରକ୍ତ ଦାନ କାର୍ଯ୍ୟକ୍ରମ ଜାରି ରଖିବା ସହିତ ଅସହାୟ ଙ୍କୁ ଶୁଦ୍ଧିକ୍ରିୟା, ଚିକିତ୍ସା ସହାୟତା ପ୍ରଦାନ କାର୍ଯ୍ୟକ୍ରମ କରି ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ