ବିବାହ ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରିରୀକ ସମ୍ପର୍କ : ଅଭିଯୁକ୍ତ ଗିରଫ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ଅଞ୍ଚଳରେ ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ସ୍ଥାପନ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ବେଲଗୁଣ୍ଠା ହରିଜନ ସାହିର ଜନୈକା 16 ବର୍ଷୀୟା ନାବାଳିକାର ଅନ୍ୟତ୍ର ବାହାଘର ଠିକ୍ ହୋଇଥିଲା I ସେହି ସାହିର ସମ୍ପର୍କୀୟ ପୁତୁରା କାଳୁ ନାଇକ (25) ନାବାଳିକା ନିକଟକୁ ଆସି ତାକୁ ଭଲ ପାଉଛି ବୋଲି କହିବା ସହ ବିବାହର ପ୍ରଲୋଭନ ପ୍ରେମ ନିବେଦନ କରିଥିଲା ଏବଂ ପରେ ନାବାଳିକା ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲା I ଘଟଣା ସମୟରେ ନାବାଳିକାର ଭଉଣୀ ନାବାଳିକାକୁ ଖୋଜି ଖୋଜି ଯାଇ ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣି ପାରିଥିଲା I ପରଦିନ ସକାଳୁ ନାବାଳିକା ଜଣଙ୍କ କାଳୁକୁ ବିବାହ କରିବା ପାଇଁ ଜିଦ୍ ଧରିଥିଲା I କିନ୍ତୁ କାଳୁ ନାବଳିକାକୁ ବିବାହ କରିବା ପାଇଁ ରୋକଠୋକ ମନା କରିଦେଇ ଥିଲା I ଏନେଇ ଗତକାଲି ରାତିରେ ନାବାଳିକାର ମାଆ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲେ I ଏତାଲା ପ୍ରକାରେ ଆଜି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କାଳୁ ନାଇକକୁ ତାର ଘରୁ ଗିରଫ କରିବା ସହିତ 142/22 ରେ ଏକ ମାମଲା ରୁଜୁ କରି ଏସ୍ଆଇ ନାରାୟଣ ନାୟକଙ୍କୁ ଘଟଣାର ତଦନ୍ତ ଭାର ପ୍ରଦାନ କରିଛନ୍ତି I ଭଞ୍ଜନଗର ମେଡିକାଲ୍ ରେ ଉଭୟଙ୍କ ଡାକ୍ତରୀ ମାଇନା କରାଇବା ପରେ 164 ରେ ବ୍ରହ୍ମପୁର ପୋକ୍ସ କୋର୍ଟରେ ନାବାଳିକାର ବୟାନ ରେକର୍ଡ଼ କରାଯାଇଛି I ଆସନ୍ତା କାଲି ଅଭିଯୁକ୍ତ କାଳୁକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି I


