ଜରାଶ୍ରମରେ ନାମ ସଂକିର୍ତନ ଏବଂ ଖାଦ୍ୟ ବଂଟନ
ନାଉଗାଁ,:ସମୟ ବଦଳିବା ସହ ବଦଳିଛି ସାମାଜିକ ରିତିନୀତି । ଆଧୁନିକତାର ବାଟବଣା ହୋଇ ଲୋକେ ଭୁଲିଲେଣି ଆଧିାତ୍ମିକତାକୁ । ସମାଜରେ ଦେଖିବାକୁ ମିଳୁନି ସାଂସ୍କୃତିକ ତଥା ପାରମ୍ପରିକ କାର୍ଯ୍ୟକ୍ରମ । ନାଉଗାଁ ବ୍ଲକ ଅନ୍ତର୍ଗତ ବ୍ଲକଛକସ୍ଥିତ ଆଶ୍ରା ଜରାଶ୍ରମରେ ଡଃ.ଦ୍ୱିପାୟନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଟକର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଭଏସ୍ ଫର ଭଏସ୍ଲେସ୍ ଏବଂ ନାଉଗାଁର ସୋସିଆଲ୍ ମିଶନ ୱାଲଡର ମିଳିତ ଆନୁକୂଲ୍ୟରେ ଠାକୁର ଅନୁଗୁଳ ଚନ୍ଦ୍ରଙ୍କ ନାଉଗାଁ ଶାଖାର ଗୁରୁଭାଇ ମାନଙ୍କ ଦ୍ୱାରା ସଂକିର୍ତନ ଏବଂ ଖାଦ୍ୟବଂଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜରାଶ୍ରମର ଅନ୍ତେବାସୀ ମାନଙ୍କୁ ଆଧ୍ୟାତ୍ମିକ ଚେତାନାମୂଳକ ବାର୍ତା ପ୍ରଦାନ ସହ ସେମାନଙ୍କୁ ନାମ ସଂକୀର୍ତନରେ ସାମିଲ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଏସ୍ ଫର ଭଏସ୍ଲେସ୍ର ସଂପାଦକ ଡ. ବିଭୂଦତ ଖଣ୍ଡାୟତରାୟ, ସୋସିଆଲ୍ ମିଶନ ୱାଲଡର ସଂପାଦକ ସର୍ବେଶ୍ୱର ମହାରଣା, ଅଶୋକ କୁମାର ପରିଡା, ଅଶୋକ ସେଠୀ, ଶରତ କୁମାର ରାଉତ, ସମାଜସେବୀ ବସନ୍ତ କୁମାର ମହାନ୍ତି, ଶିବ ଚରଣ ଲେଙ୍କା, ଶ୍ରୀମାଂଚଳ ରଥ, କଣ୍ଠମଣୀ ପରିଡା, ରମେଶ ଚୌଧୁରୀ, ପ୍ରସନଜିତ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଆଶ୍ରା ଜରାଶ୍ରମର ସେବିକା ସୀତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।


