ଆଇନ ମାନୁନଥିବା ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ

ବୁଗୁଡା, (ଅନିଲ କୁମାର ମହାରଣା):କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ମାଧ୍ୟମରେ ଜନସଚେତନତା କରିଥିଲେ ମଧ୍ୟ କେତେକ ଆମାନିଆ ଆଇନକୁ ମାନୁନଥିବା ଦୃଷ୍ଟି ଗୋଚର ହେବା ପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା। ମଇ ୨୧ ତାରିଖ ଦିନ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ପୋଲିସ ବାହିନୀ ସହଯୋଗରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ଆଇନକୁ ମାନୁନଥିବା ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।ଯେଉଁମାନେ ସାମାଜିକ ଦୂରତା ବଜାୟ ନରଖି ବ୍ୟବସାୟ କରିବା, ମାସ୍କ ପିନ୍ଧିନଥିଲେ ଜିନିଷ ନାହିଁ ପୋଷ୍ଟ କରିନଥିବା, ସାନିଟାଇଜର ବା ସାବୁନ ଓ ପାଣି ରଖିନଥିବା, ପ୍ରଭୃତି ଆଇନକୁ ଆଧାର କରି ବ୍ୟବସାୟୀ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି। ପ୍ରଶାସନର ଚଢ଼ାଉ ଦେଖି ଅନେକ ବ୍ୟବସାୟୀ ନିଜର ଦୋକାନ ବନ୍ଦ କରି ଦେଇଥିବା ଦେଖାଦେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ