ଆକ୍ରାନ୍ତଙ୍କ ପାଇଁ ମେଥିଲପ୍ରେଡ୍ନୀସଲନେର ବିକଳ୍ପ ଡେକ୍ସମେଠସୋନେର ପ୍ରୟୋଗ ଅନୁମତି
ନୂଆଦିଲ୍ଲୀ : କୋଭିଡ-୧୯ ମାମଲାଗୁଡିକର ସୁପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ପରିବର୍ତ୍ତିତ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଜାରି କରିଛି । ଏଥିରେ ସ୍ଵଳ୍ପରୁ ଅଧିକ ଲକ୍ଷଣ ଥିବା କରୋନା ପାଇଁ ମେଥିଲପ୍ରେଡ୍ନୀସଲନେର ବିକଳ୍ପ ଭାବେ ଡେକ୍ସମେଠସୋନେ ଔଷଧ ପାଇଁ ଅନୁମତି ଦିଆଯାଇଛି । ପ୍ରମାଣ ଓ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଏହି ଔଷଧ ପ୍ରୟୋଗ ପାଇଁ ମନ୍ତ୍ରଣାଳୟ ସୁପାରିଶ କରିଛି । ଏହି ଡେକ୍ସମେଠସୋନେ ଔଷଧ ବିଭିନ୍ନ ଆଣ୍ଟିଇନକ୍ଲାମେଟୋରି ଅବସ୍ଥା ଥିବା ରୋଗୀମାନଙ୍କୁ ଦିଆଯାଇଥାଏ । ଏହି ଔଷଧ କୋଭିଡ-୧୯ ଦ୍ଵାରା ସଂକ୍ରମିତ ସାଂଘାତିକ ରୋଗୀମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇ ସୁଫଳ ମିଳିଥିବା ଜଣାପଡିଛି । ଏହି ଔଷଧ ମଧ୍ୟ ଜାତୀୟ ଅତ୍ୟାବଶ୍ୟକ ତାଲିକା ସୂଚିରେ ରହିଛି । ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏହି ସବିଶେଷ ନିୟମାବଳୀ ସମ୍ପର୍କରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅବଗତ କରାଇଛନ୍ତି ।


