ଭବାନୀପାଟଣା ସହର ୧୦ ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କଳାହାଣ୍ଡି, ( ୱାଇଏନ୍ଏସ୍): ଭବାନୀପାଟଣା ସହାର ର ୧୦ ନମ୍ବର ୱାର୍ଡର ୫୮ ବର୍ଷୀୟ ବୃଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛି। ସେ ଗତ ୧୭ ତାରିଖ ଦିନ ଭୁବନେଶ୍ବର ସୋମ ହସ୍ପିଟାଲକୁ ଚିକିତ୍ସିତ ହେବା ପାଇଁ ଯାଇଫେରିଥିଲେ ଓ ପରେ ରାୟଗଡ଼ା ଜିଲ୍ଲା ବିସମକଟକ ହସ୍ପିଟାଲ କୁ ମଧ୍ୟ ଚିକିତ୍ସା ପାଇଁ ଯାଇଥିଲେ। ହେଲେ ପରେ ସେ ପୁଣିଥରେ ଭୁବନେଶ୍ବର ସୋମ ହସ୍ପିଟାଲ କୁ ଅପରେସନ(ଅସ୍ତ୍ରୋପଚାର) ପାଇଁ ୨୫ ତାରିଖ ଯାଇଥିଲେ ସେଠାରେ ୨୬ ତାରିଖ ସ୍ୱାବ ପରୀକ୍ଷା ରୁ କରୋନା ପଜିଟିଭ ବାହାରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରର ୧୦ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହିତ ଡ଼ାକବାଜି ଯନ୍ତ୍ର ,ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ରକ୍ଷାନ୍ତତ୍ମକ ପଦକ୍ଷେପ ନେଉଛନ୍ତି।


