ଆଙ୍କୁଶପୁର ବୃନ୍ଦାବନ ବିହାର ଏସବିଆଇ ବ୍ୟାଙ୍କର କାର୍ଯ୍ୟପ୍ରତି ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ଏସବିଆଇ ମଣ୍ଡଳ ଅନ୍ତର୍ଗତ ଆଙ୍କୁଶପୁର ବୃନ୍ଦାବନ ବିହାର ଏସବିଆଇ ବ୍ୟାଙ୍କର କାର୍ଯ୍ୟପ୍ରତି ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି |ଦୂର ଦୁରନ୍ତରୁ ଗ୍ରାହକ ଧାଇଁ ଆସୁଥିବା ବେଳେ ସେମାନଙ୍କୁ ବ୍ୟାଙ୍କ ପରିସରରେ ଟଙ୍କା ଉଠାଇ ବା ପା୍ଇଁ ବାରଣ କରାଯାଉଛି I ସେମାନଙ୍କୁ ଗ୍ରାହକ ସେବାକେନ୍ଦ୍ରକୁ ଯାଇ ଟଙ୍କା ଉଠାଇବା ପାଇଁ କୁହାଯାଉଛି , ସେମାନେ ଗ୍ରାହକ ସେବାକେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଗଲେ ଗ୍ରାହକ ସେବାକେନ୍ଦ୍ର ଗୁଡିକ ବହୁ ସମୟ ତାହା ବନ୍ଦ ରହୁଥିବାରୁ ଗ୍ରାହକ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ବର୍ତମାନ ସମୟରେ କୋରନା ସ୍ଥିତି ସାଙ୍ଘାତିକ ଥିବା ବେଳେ ପ୍ରତିଜିଲ୍ଲା ଅପେକ୍ଷା ଗଞ୍ଜାମ ରେ ସାଙ୍ଘାତିକ ଚିତ୍ର ପ୍ରଦର୍ଶନ କରୁଥିବା ବେଳେ ସରକାରୀ ସୂତ୍ରରୁ ନିର୍ଦେଶ ଦିଆଯାଉଛି ଯେ ମାସ୍କ ନଚେତ ରୁମାଲ ନପିନ୍ଧି ଘରରୁ ବାହାରକୁ ନଆସିବା ନିମନ୍ତେ ସଚେତନତା କରୁଥିବା ବେଳେ ବ୍ୟାଙ୍କରେ ମାସ୍କ ଥିଲେ ହିଁ ପ୍ରବେଶ କରିବା ପାଇଁ ଅନୁମତି ଦେଉଛନ୍ତି । ରୁମାଲ ପିନ୍ଧିଥିଲେ ଗ୍ରାହକଙ୍କୁ ପ୍ରବେଶକୁ ବାରଣ କରୁଥିବା ଅଭିଯୋଗ ହୋଇଛି I ଏହା ସହ ଟଙ୍କା ଉଠାଣ ଓ ସଞ୍ଚୟ ବିନା କୌଣସି କାର୍ଯ୍ୟ ହେଉନାହିଁ । ଅଞ୍ଚଳର ବିଭିନ୍ନ ଏଟିଏମ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଟଙ୍କା ମଧ୍ୟ ରହୁନଥିବା ଅଭିଯୋଗ ହୋଇଛି I ତେଣୁ ଷ୍ଟେଟବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ସାଧାରଣ ଗ୍ରାହକ ଉପକୃତ ହୋଇଥାନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ