ବେଲଗୁଣ୍ଠା ପରିଷଦରେ ଯୋଗ ଦେଲେ ନୁଆ କାର୍ଯ୍ୟ ନିର୍ବାହୀ ଅଧିକାରୀ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୁଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଓ.ଆର୍.ଏସ୍ନରେନ୍ଦ୍ର କୁମାର ପଧାନ ଯୋଗଦାନ କରି ଦାୟିତ୍ୱଗ୍ରହଣ କରିଛନ୍ତି ।ଏହା ପୁର୍ବରୁ ସେ ଟିଟିଲାଗଡ଼ ମ୍ୟୁନିସିପାଲିଟିରେ ନୀର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।ଯୋଗଦାନ ପରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ତଥା ଅନ୍ତରୀଣ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧରଣୀଧର ବେହେରା ତାଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଥିଲେ ।ବର୍ତ୍ତମାନ କରୋନାର ଭୟାଭୟତା ଲାଗରହିଥିବାରୁ ଏବଂ ବେଲଗୁଣ୍ଠା ଏନ୍.ଏ.ସି ଗଞ୍ଜାମ ଜିଲ୍ଲାରେ ଏକ ପ୍ରମୁଖ ହଟସ୍ପଟ୍ ଭାବେ ରହିଛି ।ସ୍ଥାନୀୟ ଲୋକଙ୍କ ଠାରେ କରୋନା ଚିହ୍ନଟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ଏହାର ସଫଳ ମୁକାବିଲା ପାଇଁ ବ୍ୟାପକ ସଚେତନତା କରାଯିବା ସହ ପ୍ରଶାସନର କରୋନା ନିୟମ ମାନିବା ପାଇଁ ବେଲଗୁଣ୍ଠା ସହରବାସୀଙ୍କ ସହଯୋଗ ଲୋଡିଛନ୍ତି ।ସହରରେ ପରିମଳ ବ୍ୟବସ୍ଥାକୁ ଆହୁରି ସୁନିୟନ୍ତ୍ରିତ କରାଯିବା ସହ ସବୁ ୱାର୍ଡରେ ସ୍ୱଚ୍ଛତାକୁ ପ୍ରଥମିକତା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ ବେଲଗୁଣ୍ଠା ସହରରେ ଅଟକି ରହିଥିବା ବହୁ ଉନ୍ନତି ମୁଳକ କାର୍ଯ୍ୟକୁ ପ୍ରଧାନ୍ୟ ଦେଇ ଏକ ବିକାଶଶୀଳ ଏନ୍.ଏ.ସିରେ ପରିଣତ କରିବା ଲକ୍ଷ୍ୟ ବୋଲି ଜଣାଇଛନ୍ତି ।ପ୍ରକାଶ ଥାଉକି,ପୁର୍ବରୁ ଏଠାରେ ଅବସ୍ଥାପିତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ତଥା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ ବେଲଗୁଣ୍ଠା ଏନ୍.ଏ.ସିରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା ।ତେଣୁ ଜିଲ୍ଲା ପ୍ରଶାସନ ତାଙ୍କୁ ଅପସାରଣ କରି ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ମେ ମାସ ୩୦ତାରିଖଠାରୁ ଅନ୍ତରୀଣ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।ନିର୍ବାହୀ ଅଧିକାରୀ ଭାବେ ଅଳ୍ପ ଦିନର କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ବେହେରା ନିଜର କାର୍ଯ୍ୟଦକ୍ଷତା ନେଇ ସହରବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ପୂର୍ବତନ ନୀର୍ବାହୀ ଅଧିକାରୀ ସୁନୀଲ୍ କୁମାର ତ୍ରିପାଠୀଙ୍କ ନିଜ ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗକୁ ବଦଳି ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ