ଗ୍ରୀଷ୍ମକାଳୀନ ଛୁଟି ଘଷଣା ନିମନ୍ତେ ଅଲ ଇଣ୍ଡିଆ ଡି.ଏସ.ଓ ର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ପ୍ରବଳ ଗ୍ରୀଷ୍ମ ତାତି ଯୋଗୁଁ ସମଗ୍ର ଜୀବଜଗତ ପ୍ରଭାବିତ ହୋଉଥିବା ବେଳେ ଏହି ସମୟରେ ବିଦ୍ୟାଳୟ ମାନଙ୍କରେ ଗ୍ରୀଷ୍ମ କାଳୀନ ଛୁଟି ଘଷଣା ନିମନ୍ତେ ଦାବି କରାଯାଇଛି । ଏଥିନିମନ୍ତେ ଅଲ ଇଣ୍ଡିଆ ଡେମକ୍ରେଟିକ ଷ୍ଟୁଡେଣ୍ଟ ଅରଗାନାଇଜେସନ (ଡି.ଏସ.ଓ)ଡ଼ାକରା କ୍ରମେ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଶୋଇ ବ୍ଲକ ବିଡ଼ିଓଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ ପ୍ରଚଣ୍ଡ ରୌଦ୍ର ତାପରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଫଳରେ ଜନସାଧାରଣ ହନ୍ତସନ୍ତ ହେଉଥିବାର ଦେଖାଯାଉଥିବା ବେଳେ ବିଶେଷ କରି ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅଂଶୁଘାତ ଜନିତ ଘଟଣା ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ପକାଇଛି।ତେଣୁ, ପ୍ରଚଣ୍ଡ ରୌଦ୍ର ତାପକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବିଦ୍ୟାଳୟ ମାନଙ୍କରେ ଗ୍ରୀଷ୍ମ କାଳୀନ ଛୁଟି ଘଷଣା କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି।ଦାବିପତ୍ର ସମୟରେ ଡି.ଏସ.ଓ ଜିଲ୍ଲା ସଭାପତି ମଧୁସୂଦନ ନାଏକ, ସଂପାଦକ ଫୁଲଚାନ୍ଦ ଲୋହାର, ବିନୋଦ କୁମାର ନାଏକ, ଲକ୍ଷ୍ମଣ ଜାମୁଦା, ହେମନ୍ତ ମାହାଲି, ସୁନୀଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।


