ଆଠ ଜୁଆଡି ଗିରଫ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ସହରର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିବା ବେଳେ ଗୁରୁବାର ଭଂଜନଗର ପୋଲିସ କୈାଣସି ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଅଚାନକ ରାଣୀମୁଣ୍ଡିଆ ଅଂଚଳରେ ଅଚାନକ ଚଢାଉ କରି ୮ ଜଣ ଜୁଆଡିଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଠାରୁ ନଗଦ ୨୦ ହଜାର ୧୩୦ ଟଙ୍କା ,୭ ଟି ମୋବାଇଲ ୫ ଟି ମୋଟର ସାଇକେଲ ଜବତ କରିଥିବା ବେଳେ ସମସ୍ତ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି ।


