ଆଠ ମାସର ଶିଶୁ କନ୍ୟାର ବଢ଼ୁଛି ମୁଣ୍ଡ, ପିଠିରେ ବଢ଼ୁଛି ବଢ଼ୁଛି ମାଂସ , ଚିନ୍ତାରେ ପରିବାର ଲୋକେ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ଶିଶୁକନ୍ୟାର ମୁଣ୍ଡ ଶରୀର ତୁଳନାରେ ବୃଦ୍ଦି ପାଉଥିବାବେଳେ ପିଠିପଟର ମେରୁଦଣ୍ଡ ନିକଟରେ ଏକ ମାସଂ ବୃଦ୍ଧି ପାଉଥିବାରୁ ପରିବାର ଲୋକେ ଚିନ୍ତାରେ ପଡିଯାିଛନ୍ତି । ଡାକ୍ତରଖାନା ନେଇ ଡାକ୍ତର ଦେଖାଇବାପରେ ଅପରେସନ ହେବ ବୋଲି ଡାକ୍ତର କହିବାପରେ ଅର୍ଥାଭାବ ଯୋଗୁଁ ପରିବାର ଲୋକେ ଶୀିଶୁକନ୍ୟାକୁ ଘରକୁ ଫେରାଇ ଆଣିଥିବା ଜଣାପଡିଛି । ଖବରରୁ ଜଣାଯାଇଛି ଯେ ଦୀନବନ୍ଧୁ ପାତ୍ର ଓ ମୀତାରାଣୀ ପାତ୍ର ବହୁତ ଗରିବ ଶ୍ରେଣୀର । ଦୀନବନ୍ଧୁ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରରେ । ତାଙ୍କର ଏକ ଆଠ ମାସର ଝିଅ ସ୍ୱଦେଷ୍ଣା ପାତ୍ର ଜନ୍ମ ହେବା ପରଠାରୁ ତାର ପିଠିପଟ ମେରୁଦଣ୍ଡ ନିକଟରେ ଏକ କଣା ଥିବାବେଳେ ଧିରେ ଧିରେ ସେଠାରୁ ଏକ ମାସଂ ପିଣ୍ଡୁଳା ସଦୃଷ ବାହାରକୁ ବାହାରୁଛି । ଏହା ଶୁଣିବାପରେ ଗତ ମାସେ ପୁର୍ବେ ଦୀନବନ୍ଧୁ ବାଙ୍ଗାଲୋରରୁ ଆସି ଝିଅକୁ ନେଇ କଟକ ଶିଶୁଭବନକୁ ଯାିଥିଲେ । ସେଠାରେ ଡାକ୍ତା ତାକୁ ଦେଖିବାପରେ ତାର ଶରୀର ତୁଳନାରେ ମୁଣ୍ଡ ବଢ଼ୁଥିବା ଓ ପିଠିରେ ବାହାରୁଥିବା ମାଂସ ପିଣ୍ଡୁଳାକୁ ଅପରେସନ କରାଯିବ ବୋଲି କହିଥିଲେ । ମାତ୍ର ପାଖରେ ଅର୍ଥ ନଥିବାରୁ ଦୀନବନ୍ଧୁ ଶିଶୁକନ୍ୟାକୁ ଧରି ଗାଁକୁ ଫେରିଆଛନ୍ତି । କିପରି ଝିଅର ଅପରେସନ ହେବ ସେନେଇ ଚିନ୍ତାରେ ପଡିଛନ୍ତି । ଯଦି କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସରକାରୀ ସଂସ୍ଥା ସହାୟତାର ହାତ ବଢ଼ାନ୍ତେ ତେବେ ଝିଅକୁ ଭଲିକରି ପାରନ୍ତେ ବୋଲି ବାପା ଦୀନବନ୍ଧୁ ନିବେଦନ କରିଛନ୍ତି ।


