ଆଡପଡ଼ାରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଆମ ଓଦିଶନବୀନଓଡ଼ିଶାଜନସଚେତନତା କାର୍ଯ୍ୟକ୍ରମ ଅବସରରେ ଆଜି ଆଡପଡ଼ା ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଡପଡା ସରପଂଚ ଶ୍ରୀମତୀ ଶର୍ମିଷ୍ଠା ରାଉତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଜନମଙ୍ଗଳ ଏବଂ ଯୁଗାନ୍ତକାରୀ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଯୋଜନା ହିତାଧିକାରୀଙ୍କୁ ସଚେତନା କରାଇବା ସହ ଘରେ ଘରେ ଏହି ବିକାଶର ବାର୍ତ୍ତା ପହଞ୍ଚାଇବା ନେଇ ସ୍ପଷ୍ଟ କରିଥିଲେ । ସମ୍ପ୍ରତିଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷଯ ନିଆ ଯାଉଥିବାରୁଏହି ସମସ୍ତ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ସରପଂଚ ଶ୍ରୀମତୀ ରାଉତ ଉପସ୍ଥିତ ମହିଳା ମଣ୍ଡଳୀଙ୍କୁ ଆହ୍ଵାନ କରିଥିଲେ । ହଜାରରୁ ଉର୍ଦ୍ଧ ମହିଳାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମାବେଶରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉପାଦେୟତା ସହ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକୁ ବିଶାଳ ଏଲସିଡି ପରଦାରେ ପ୍ରଦର୍ଶନପୂର୍ବକଆଡପଡ଼ାପଞ୍ଚାୟତରେ ବିଗତ ସାତ ବର୍ଷରେ କରାଯାଇଥିବା ଗଠନ ମୂଳକ ଭିତିଭୂମି ବିକାଶ କାର୍ଯ୍ୟକୁ ଏଲସିଡି ପରଦା ସହ ପଞ୍ଚାୟତ ବିକାଶ ପୁସ୍ତିକା ବଣ୍ଟନ କରି ସଚେତନା କରାଯାଇଥିଲା ।କାର୍ଯ୍ୟକ୍ରମରେ ବ୍ଲକ୍ ସ୍ତରୀୟ ଅଧିକାରୀ , ସ୍ବାସ୍ଥ୍ୟ ବିଭାଗ , ମିଶନ ଶକ୍ତି କର୍ମକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀ ସମୂହଙ୍କ ସହ ସ୍ଵୟଂ ସହାୟିକା ମହିଳା ଗୋଷ୍ଠି ମହିଳା ସମୂହ ଉପସ୍ଥିତ ରହି ବିଭାଗୀୟ ସଚେତନତା ପାଇଁ ପ୍ରଶାସନ ଷ୍ଟଲ୍ ଖୋଲିଥିଲେ Iକାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ବେହେରା , କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ କୁମାର ମହାନ୍ତି , କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ଖଟେଇ , ନିର୍ବାହୀ ଅଧିକାରୀ ମଧୁସୂଦନ ବିଷୋୟୀ ରଜଗାର ସେବକ ବଦ୍ରି ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ