ଆତଙ୍କବାଦୀଙ୍କ ଉପରେ ନଜର ରଖିବ କର୍ଟୋସାଟ୍‌-୩

ଆନ୍ଧ୍ରପ୍ରଦେଶ- ଉନ୍ନତଶ୍ରେଣୀ  ଓ ଉଚ୍ଚକ୍ଷମତା ସମ୍ପନ୍ନ ଉପଗ୍ରହ କର୍ଟୋସାଟ୍‌-୩ ସମେତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୧୩ଟି ଛୋଟ ଆମେରିକୀୟ ଉପଗ୍ରହ ଉତ୍‌କ୍ଷେପଣ କରି ଏକ ନୂଆ ଇତିହାସ ରଚିବାରେ ସଫଳ ହୋଇଛି । ଏହି ଉପଗ୍ରହ ଜରିଆରେ ଆତଙ୍କବାଦୀଙ୍କ ଛୋଟ ଛୋଟ ଗତିବଧି ଉପରେ ନଜର ରଖାଯାଇପାରିବ । ଆବଶ୍ୟକ ପଡ଼ିଲେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଭଳି ବଡ଼ ବଡ଼ ଅପରେସନ୍‌ରେ ମଧ୍ୟ ଏହି ଉପଗ୍ରହ ସହଯୋଗ କରିପାରିବ । ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସକାଳ ୯ଟା ୨୮ ମିନିଟ୍‌ରେ ଇସ୍ରୋ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି । ପିଏସ୍‌ଏଲ୍‌ବି-ସି ୪୭ ରକେଟ୍ ଜରିଆରେ କର୍ଟୋସାଟ୍‌-୩ ମହାକାଶକୁ ପଠାଯାଇଛି । ଏହା ପୃଥିବୀରୁ ୫୦୯ କିଲୋମିଟର ଉପରେ ରହି ଦେଶର ସୁରକ୍ଷା ଉପରେ ନଜର ରଖିବ । ଏ ସମ୍ପର୍କରେ ଇସ୍ରୋ ମୁଖ୍ୟ କେ. ଶିବନ୍ କହିଛନ୍ତି ଯେ, ପିଏସ୍‌ଏଲ୍‌ବି-ସି ୪୭ କର୍ଟୋସାଟ୍‌-୩ ଏବଂ ୩ଟି ଛୋଟ ଆମେରିକୀୟ ଉପଗ୍ରହକୁ ଏକାସାଙ୍ଗରେ ଉତ୍‌କ୍ଷେପଣ କରିଛି । ଏହା କାର୍ଟୋସାଟ୍ ସିରିଜ୍‌ର ନବମ ଉପଗ୍ରହ । ଏହାର ଉପଗ୍ରହ ୧,୬୫୨ କିଲୋଗ୍ରାମ୍ ରହିଛି । ଏହି ଅବସରରେ କର୍ଟୋସାଟ୍‌-୩ ନିର୍ମାଣରେ ନିୟୋଜିତ ସମସ୍ତ ବୈଜ୍ଞାନିକ ଏବଂ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେ. ଶିବନ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ