ଲଣ୍ଡନରେ ‘ଭୁଲ ଭୁଲୈୟା-୨’

୨୦୦୭ ରେ ପ୍ରିୟଦର୍ଶନ ନିର୍ଦ୍ଦେଶିତ ‘ଭୁଲ ଭୁଲୈୟା’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଥ୍ରିଲର ଓ କମେଡି ମିଶ୍ରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ସାଇନି ଆହୁଜା ଓ ବିଦ୍ୟାବାଲାନ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ସୁପରହିଟ ହେବା ସହ ସେଇ ସମୟରେ ହିଁ ପ୍ରଯୋଜକ ମହଲ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ୧୨ ବର୍ଷ ପରେ ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ କାମ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନି ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା ଅନିଶ ବାଜମା ଦେଉଥିବା ବେଳେ ପ୍ରାରମ୍ଭିକ ସୁଟିଂ ରାଜସ୍ଥାନରେ ଶେଷ ହୋଇଛି । ପୁରା ଟିମ ଏବେ ଲଣ୍ଡନ ଯାତ୍ରା କରୁଛନ୍ତି । ୩ ମାସ ସେଠାରେ ସୁଟିଂ ପରେ ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହେବ । ଆସନ୍ତା ବର୍ଷ ଦଶହରା ଅବସରରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ