ଆତ୍ମହତ୍ୟା କରିଥିବା ଦଳିତ ଯୁବତୀଙ୍କ ପରିବାରକୁ ଆର୍ଥୀକ ସହାୟତା

ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତର ତେଂଟୋଇ ଗ୍ରାମରେ ଗତ ୭ ନଭେମ୍ବରରେ ଆତ୍ମହତ୍ୟା କରିଥିବା ଦଳିତ ପରିବାରର ଯୁବତୀଙ୍କ ପରିବାରକୁ ବସୁନ୍ଧରା ଯୋଜନାରେ ଭୂମି ଯୋଗାଇ ଦେବା ସହିତ ଅନୁସୂଚିତ ଜାତି ଓ ଜନଜାତି ଆଇନରେ ଆର୍ଥିକ ସହାୟତା ଯୋଗଇ ଦେବା ପାଇଁ ଦାବି କରାଯାଇଛି । ଗୁରୁବାର ଏକ ଲିଖିତ ଦାବିପତ୍ର ଜିଲ୍ଲା ଦଳିତ ସଂଘର ସଭାପତି ଶଙ୍କର ଦାସ,ସଂପାଦକ ଅକ୍ଷୟ ମଲିକ ଆଦି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜେ.କଳ୍ପନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଦାବି ମୁତାବକ ଉକ୍ତ ଗ୍ରାମର ହଟ ଦାସ ହେଉଛନ୍ତି ଜଣେ ଭୂମିହିନ ଦଳିତ ଶ୍ରେଣୀର ଲୋକ । ପତି, ପତ୍ନୀ ଉଭୟ ଦିନ ମଜୁରିଆ ହୋଇଥିବା ବେଳେ ମୁଲ ଲାଗିବା ପାଇଁ ବାହାରକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ଏହି ଗ୍ରାମର ଦୀପକ ବେହୁରା ହଟ ଦାସଙ୍କ ଝିଅର ଅଶ୍ଳିଳ ଫଟୋ ଉଠାଇଥିଲା । ଏହି ଫଟୋକୁ ଏଡିଟିଙ୍ଗି କରି ତାଙ୍କ କାନ୍ଥ ଓ କବାଟ ଆଦିରେ ଲଗାଇଥିଲା । ଲୋକଲଜ୍ଜାକୁ ଡରି ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଯୁବତୀର ମା ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେଣୁ ଏହି ଦଳିତ ପରିବାରକୁ ମୁଖ୍ୟନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ଯିବା ସହିତ ବସୁନ୍ଧରା ଯୋଜନାରେ ଭୁମି ଯୋଗଇ ଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ