ଆତ୍ମ ସମୀକ୍ଷା ଦଖଲ

ଗଂଜାମ, (ବିନୋଦ ପଲାଇ):ଶୁକ୍ରବାର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁର ଅଧିନସ୍ଥ ଗଞ୍ଜାମ ବ୍ଲକ୍ ର ଏକ ମାତ୍ର ସ୍ନାତକ ମହାବିଦ୍ୟାଳୟ ଭାବେ ଖଣ୍ତଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ତାର UGC ବାକ୍ ମାନ୍ୟତା ପ୍ରାପ୍ତି ପାଇଁ ଆତ୍ମ ସମୀକ୍ଷା ବିବରଣୀ( SSR) ୱେବ୍ସାଇଟ୍ ମାଧ୍ୟମରେ ଦାଖଲ କରିଛନ୍ତି କଲେଜ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ର ନାକ୍ ସଂଯୋଜକ ଶ୍ରୀ ବସନ୍ତ କୁମାର ଗୌଡ଼, ଅଭ୍ୟାନ୍ତରିଣ ଗୁଣବତ୍ତାର ନିବିଡ଼ତା ସେଲ (IQAC ) ଶ୍ରୀ ଆନନ୍ଦ ଗୌଡ଼, ରାଜନୀତି ବିଭାଗୀୟ ମୁଖ୍ୟ ଶ୍ରୀ ଲିଙ୍ଗରାଜ ସାହୁ, ଅଧ୍ୟାପକ ଶ୍ରୀ ଆଖଣ୍ଡଳମଣି ବେହେରା , ଜୟନ୍ତୀ ବେହେରା , ଦେବୀ ପ୍ରସାଦ ପଟ୍ଟନାୟକ, ଶ୍ରୀମତୀ ଏନ୍ . ପଦ୍ମାବତୀ ଓ ର କଲେଜ ସମସ୍ତ କର୍ମଚାରୀ ଏଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟ ପାଇଁ ଚାନ୍ଦିପୁଟ ସ୍ଥିତ ଇନ୍ଦିରା ମେମୋରିଆଲ କଲେଜ ର ଅଧ୍ୟକ୍ଷ ଶ୍ରୀ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ଯ ଡ. ସନ୍ୟାସି ବେହେରା ନିର୍ଦ୍ଦେଶାକ୍ରମେ କାର୍ଯ୍ୟ ସମାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ