ଆଦର୍ଶ ଚାଷି:ମିତା ପ୍ରଧାନ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଂଚଳରେ ଥିବା ସୁନ୍ଦରଗଡ ଗାଁରେ ଆତ୍ମନିର୍ଭରଶୀଳ ହୋଇଛନ୍ତି ସେହି ଗାଁର ଏକାକୀ ମହିଳା ମିତା ପ୍ରଧାନ । ସ୍ୱେଛାସେବୀ ଅନୁଷ୍ଠାନ ଆକ୍ସନଏଡ୍ ସହାୟତାରେ ସେ ନିର୍ଭରଶୀଳ ହୋଇ  ଜଣେ ସଫଳ ଚାଷି ହୋଇପାରିଛନ୍ତି | ଅନୁଷ୍ଠାନ ତରଫରୁ ତାଙ୍କୁ ପ୍ରଦାନ କରାଯାଇଥିବା ୫ ହଜାର ଟଙ୍କାରୁ ସେ ତାଙ୍କ ଜମିରେ ଆରମ୍ଭ କରିଛନ୍ତି ବନ୍ଧାକୋବି ଓ ବାଦାମ ଚାଷ | ସେଥିରେ ସେ ବର୍ତମାନ ଅଂଚଳର ଜଣେ ସଫଳ ଚାଷି ସାଜିଛନ୍ତି । ୨୦୧୮ ମସିହାରେ କୌଣସି କାରଣ ବସତଃ ଅସୁସ୍ଥ ହେବାପରେ ସ୍ୱାମୀ ମିଲନ ପ୍ରଧାନଙ୍କ ଦେହାନ୍ତ ହେବାପରେ ୨ ବର୍ଷ ଏବଂ ୫ ବର୍ଷର ଦୁଇଟି କନ୍ୟା ସନ୍ତାନକୁ ନେଇ କିପରି ଚଳିବେ ତାହା ତାଙ୍କ ପାଇଁ ହୋଇଥିଲା ଏକ ବଡ ଆହ୍ୱାନ | କିପରି ପରିବାର ପୋଷଣ କରିବେ ଏବଂ ତାଙ୍କର ଝିଅମାନଙ୍କୁ କିପରି ବଡ କରିବେ ତାହା ସାଜିଥିଲା ବଡ ଚିନ୍ତା । ବର୍ତମାନ ତାଙ୍କ ପାଖରେ ଥିବା ପ୍ରାୟ ୩ ଏକରରୁ ଅଧିକ ଚାଷ ଜମିରେ କରିଛନ୍ତି ସେ ବନ୍ଧାକୋବି,ବାଦାମ ଓ ବିଭିନ୍ନ ପନିପରିବା ଚାଷ ଏବଂ ସେଥିରେ ତାଙ୍କର ପରିବାରର ଅର୍ଥିକ ଉନ୍ନତି ହେବାସହିତ ସେ ମଧ୍ୟ ଜଣେ ଏକାକି ଆତ୍ମନିର୍ଭରଶୀଳ ମହିଳା ହୋଇ ତାଙ୍କପରି ଏକାକୀ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ତେବେ ତାଙ୍କ ଭଳି ଦାରିଙ୍ଗବାଡି ଅଂଚଳରେ ଥିବା ଆଉ ୧୧ ଜଣ ଏକାକୀ ମହିଳାଙ୍କୁ ଆକ୍ସନଏଡ ତରଫରୁ ୫ ହାଜର ଟଙ୍କା ଲେଖାଏଁ ପ୍ରାଦାନ କରାଯିବା ସହିତ ସେମାନଙ୍କୁ ସେମାନଙ୍କର ଇଛା ଓ ସୁବିଧା ଅନୁସାରେ ଛେଳିଚାଷ,ପନିପରିବା ଚାଷ,ମାଣ୍ଡିଆ ଚାଷ ଏବଂ ସିଆଳି ଖଲି ତିଆରି କରିବା ଭଳି ବିଭିନ୍ନ ଆତ୍ମନିର୍ଭରଶୀଳ କାମ କରି ସ୍ୱାଲମ୍ବୀ ହୋଇପାରିଛନ୍ତି । ଦାରିଙ୍ଗବାଡି ସମେତ କନ୍ଧମାଳ ଜିଲ୍ଲାରେ ଆକ୍ସନଏଡ ତରଫରୁ ଫୁଲବାଣୀ,ତୁମୁଡିବନ୍ଧ ଓ ଘୁ.ଉଦୟଗିରି ଅଂଚଳରେ ଏହିପରି ୩୧ ଜଣ ମହିଳାଙ୍କୁ ସାମାନ୍ୟ ଅର୍ଥିକ ସହାୟତା ଯୋଗାଇ ଦେବାସହିତ ସେମାନଙ୍କୁ ତାଙ୍କର ସୁବିଧା ଅନୁସାରେ କାମକରି ସେମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିବା ପାଇଁ ଉଦ୍ୟମ କରାଯାଇଛି । ସେମାନେ ମଧ୍ୟ ସେମାନଙ୍କର ପ୍ରଚେଷ୍ଟାରେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ସେମାନଙ୍‌କ ପରିବାରର ଆର୍ଥିକ ଅଭିବୃଦ୍ଧି କରିବାରେ ଲାଗିଛନ୍ତି ବୋଲି ଦାରିଙ୍ଗବାଡି ଅଂଚଳରେ କାର୍ଯ୍ୟରତ ଆକ୍ସନଏଡ ର ଧନେଶ୍ୱର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ