ଆଦର୍ଶ ଶିକ୍ଷକଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ଛତ୍ରପୁର,(ଦେବଦତ୍ତ ମହାରଣା): ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠର ଅବସର ପ୍ରାପ୍ତ ଆଦର୍ଶ ବିଞ୍କାନ ଶିକ୍ଷକ ସ୍ବର୍ଗତ ସୁସାର ନାୟକଙ୍କ ଏକାଦଶାହ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଡୁରାସ୍ଥିତ ତାଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣାଙ୍କ ସଂଯୋଜନାରେ ପରିଚାଳିତ ଶୋକସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ନରସିଂହ ଜେନା ଓ ଇ,କନ୍ୟାକୁମାରୀ,ସହକର୍ମୀ ବୃନ୍ଦ ବିଷ୍ଣୁପ୍ରିୟା ପାଡୀ,କୈଳାସ ବେହେରା,ଜୟଶ୍ରୀ ଦୋରା,ମୀନାକୁମାରୀ ଦାସ,ଜେ,ସେନାପତି ରେଡି,ଅଶୋକ ନାୟକଙ୍କ ସମେତ ବନ୍ଧୁ ବାନ୍ଧବ ପତ୍ନୀ ଗୀତାଞ୍ଜଳୀ,ପୁତ୍ର ଶୁଭମୟ ଓ ସୁଖମୟ ଶୋକ ସଭାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ବର୍ଗତ ଶିକ୍ଷକଙ୍କ ଉଦ୍ଦ୍ୟେଶରେ ସହକର୍ମୀ ମାନଙ୍କ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସ୍ବରଣିକା ଲୋକାର୍ପଣ କରାଯାଇଥଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ