ପନିପରିବା ଚାଷ ଜମି ପରିଦର୍ଶନ କରିଲେ ଗଂଜାମ ଜିଲ୍ଲାପାଳ
ଛତ୍ରପୁର,(ଦେବଦତ୍ତ ମହାରଣା): ମୋଟା ଅଙ୍କର ଚାକିରୀ ଛାଡି ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ସଫଳ ଚାଷୀ ହୋଇଥିବା ଛତ୍ରପୁର ବ୍ଲକ ଅନ୍ତର୍ଗତ ଦିବ୍ୟସିଂହ ଗ୍ରାମର ଇଂଜିନିୟର ଦୁଇ ଭାଇ ପ୍ରଶାନ୍ତ ଓ ସୁବ୍ରତଶତପଥୀ ଙ୍କ କ୍ଷେତ କୁ ବୁଧବାର ଅପରାହ୍ନ ରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ସେମାନଙ୍କୁ ଧନ୍ୟବାଦ ଜଣାଇବାସହ ସଫଳଚାଷୀ ଭାବେ ଯୁବକ ପିଢିଙ୍କ ପାଇଁ ଏହା ଉଦାହରଣ ପାଲଟିଛି ବୋଲି ସେ କହିଥିଲେ । ଏହାସହ ସେମାନଙ୍କୁ କୃଷି, ଉଦ୍ୟାନ ଓ ବ୍ଲକ ଠାରୁ ଆରମ୍ଭ କରି ଚାଷ ଉପଯୋଗୀ ବିଭାଗ ପକ୍ଷରୁ ଯାହା ଆନୁସଙ୍ଗିକ ସାମଗ୍ରୀ ଓ ସୁବିଧା ଯୋଗାଇଦେବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ ଡାଉନ ଓ ସଟ ଡାଉନରେ ବିଭିନ୍ନ ବର୍ଗ ଲୋକମାନେ ଜିବୀକା ହରାଇ ବସିଥିବା ବେଳେ ଏହି ଦୁଇ ଭାଇ ନିଜ ନିଜ ଚାକିରୀ ଛାଡି ଚାଷ କାର୍ଯ୍ୟ କରି ଜୀବିକା ଉପାର୍ଜନ କରିଛନ୍ତି । ନିଜେ ନିଜ ଜନ୍ମ ମାଟିରେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ଆର୍ଥିକ ମେରୁଦଣ୍ଡ ସାଜିଛନ୍ତି ଏହି ଦୁଇ ଭାଇ । ଦିବ୍ୟସିଂହପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ଶତପଥୀଙ୍କ ଦୁଇ ପୁଅ ପ୍ରଶାନ୍ତ ଶତପଥୀ ଓ ସୁବ୍ରତ ଶତପଥୀ । ବଡପୁଅ ପ୍ରଶାନ୍ତ ଶତପଥୀ ହାଡୱାର ଇଂଜିନିୟରିଂ ପାଠ ସାରି ବିର୍ଲା ଗୃଫ ଚାକିରୀ କରିଆସୁଥିଲେ । ପରେ ସେ ସୁରୀୟା ଗୃଫରେ ଓଡିଶା ହେଡ ଭାବେ ମଧ୍ୟ ତୁଲାଇଥିଲେ । ସାନ ଭାଇ ସୁବ୍ରତ ଶତପଥୀ ମ୍ୟାକାନିକାଲ ଇଂଜିନିୟରିଂ ପାଠ ସାରି ଅନୁଗୁଳର ଟାଟା ବିଏସଏଲ ଲିମିଟେଡ ରେ ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଆସୁଥିଲେ । କରୋନା ମହାମାରୀ ଯୋଗୁଁ ସେମାନଙ୍କ କମ୍ପାନୀ ରେ କାମ ଧନ୍ଦା ବନ୍ଦ ହେବା ପରେ ସେମାନେ ଦୁହେଁ ନିରାଶ ହୋଇଥିଲେ । ଦୁଇ ଭାଇ ମୋଟା ଅଙ୍କ ଦରମା ପାଉଥିଲେ ତେବେ ଦୁଇଜଣ ଚାକିରୀ ଛାଡି ଗ୍ରାମରେ ଚାଷ କରି ଚଳିବା ନିମନ୍ତେ ସ୍ଥିର କରିଥିଲେ । ଆଉ ଏହି ଲକଡାଉନ ହିଁ ଦେଇଥିଲା ଉପାୟ । ଘରେ ବାନ୍ଧି ହୋଇ ନ ବସି ନିଜ ଏକର ଚାଷ ଜମିରେ ଆରମ୍ଭ କଲେ ଚାଷ । ବାଇଗଣ,ଟମାଟ,ମକା,କାକୁଡି,କଲରା.ଶାଗ ଆଦି ବିଭୀନ୍ନ ରକମର ପରିବା ଚାଷ କଲେ ଦୁଇ ଭାଇ । ବିଭୀନ୍ନ ଆଧୁନିକ ଜ୍ଞାନ କୌଶଳ ରେ ଚାଷ କରି ଲାଭବାନ ହେବା ସହ ଗ୍ରାମର କିଛି ଲୋକଙ୍କୁ ରୋଗଜାରକ୍ଷମ ମଧ୍ୟ କରାଇଲେ । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଠି ହେବ । ଆଜିର ଯୁବପିଢି ଚାକିରି ପଛରେ ଧାଉଁଥିବା ବେଲେ ଏହି ଦୁଇ ଭାଇ ଚାକିରିକୁ ଛାଡି ଅଆପଣେଇଛନ୍ତି ଚାଷ କାମକୁ । କରୋନା ପାଇଁ ଅନେକ ନିଜ ନିଜର ଜୀବନ ହରାଇଥିବା ବେଳେ ଏହି କରୋନା ଓ ଲକଡାଉନ ହିଁ ଦୁଇ ଭାଇଙ୍କୁ ଦେଲା ଉପାୟ । ଏହାର ଖବର ପାଇ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ,ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ସମେତ ବିଭିନ୍ନ କୃଷି ଉପେଯାଗୀ ବିଭାଗର ଅଧିକାରୀ ମାନେ ଦୁଇ ଭାଇ ଚାଷ କରିଥିବା କ୍ଷେତକୁ ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଏଭଳି ୟୁନିଟ୍ ଭଳି ପ୍ରତ୍ୟକ ଅଂଚଳରେ ଗଢି ତୋଳିବା ନିମନ୍ତେ ଜିଲ୍ଲାପାଳ ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ଏକ ଭର୍ମୀସାଲ କମ୍ପୋଷ୍ଟ ଏବଂ ଡାଏରି ଫାର୍ମ କରିବା ସହଯୁବପିଢିଙ୍କୁ ଟ୍ରେନିଂ ଦେବେ ବୋଲି ଲକ୍ଷ ରଖିଛନ୍ତି ଇଂଜିନିୟର ଦୁଇ ଭାଇ । ଏହି ଦୁଇ ଭାଇଙ୍କ ଚାଷ ପ୍ରେମ ଦେଖି ଚାକିରି ପଛରେ ଦୌଡୁଥିବା ଯୁବପିଢି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିବେ ବୋଲି ଆଶା ।


