ଆଦିବାସୀ ପିଲାଙ୍କୁ କେବେ ମିଳିବ ନ୍ୟାୟ

ସୋରଡା,(ରଜନୀକାନ୍ତ ମହାପାତ୍ର): ଗଞ୍ଜାମ ଜିଲ୍ଲା ସୋରଡା ସ୍ଥିତ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନିୟମିତତା କୌଣସି ନୂଆ କଥା ନୁହଁ ।ସବୁବେଳେ କୌଣସି ନା କୌଣସି କାମ ପାଇଁ ଚର୍ଚାରେ ରହିଥାଏ ଏହି କଲେଜ । ବର୍ତ୍ତମାନ ମଧ୍ୟ ଚର୍ଚାରେ ରହିଛି ଏହି କଲେଜ । ଆଦିବାସୀ ପିଲାଙ୍କ ପାଇଁ ଟିଆରଡବ୍ଲୁ ଅନୁଦାନରେ ହେଇଥିବା ଏକ ହଷ୍ଟେଲ ଗୃହରେ ତରବରିଆ ଭାବେ ନୂତନ କୋଠା ନିର୍ମାଣ କରି ଚର୍ଚାରେ ରହିଛି ଏହି କଲେଜ । ଏପରିକି ଦଶହରା ପରେ ଏହି କୋଠାର ନିର୍ମାଣ ଆରମ୍ଭ ହେଇଥିବା ବେଳେ ମାତ୍ର ୧୦ ୧୨ ଦିନ ମଧ୍ୟରେ ଅଧାରୁ ଅଧିକ ତିଆରି ହେଇ ସାରିଲାଣି ଏହି କୋଠା । ପ୍ରଶ୍ନ ଉଠୁଛି ଏତେ ତରବରିୟା ଭାବେ କାହିଁକି ଚାଲିଛି କୋଠା ନିର୍ମାଣ ।ଏମିତି ନିର୍ମାଣ କରାଗଲେ କେତେ ସୁରକ୍ଷିତ ରହିବ ଏହି ଗୃହ । ୩୦ ରୁ ୩୫ ବର୍ଷର ପୁରୁଣା ଗୃହ ଉପରେ ଏହି ନୂତନ କୋଠା ନିର୍ମାଣ ସମସ୍ତଙ୍କୁ ଚକିତ କରିଛି । କିଏ ଦେଲା ଏହି ପୁରୁଣା କୋଠାର ରିପୋର୍ଟ । ଦଶହରା ଛୁଟି ମଧ୍ୟରେ କଲେଜ ଛୁଟି ହେଇଥିଲା ବେଳେ କେମିତି କରାଗଲା ଅଫିସ କାର୍ଯ୍ୟ । ଏନେଇ କଲେଜ ଡେଭଲପମେଣ୍ଟ କମିଟି କେବେ ଅନୁମତି ଦେଇଥିଲେ ଓ କେବେ ଏହାର ବୈଠକ ବସିଥିଲା । ବର୍ତମାନ କଲେଜ ପରିଚାଳନା କମିଟି ସଭାପତି ଭାବେ ଉପଜିଲାପାଳଙ୍କୁ ସରକାର ଦାଇତ୍ୱ ଦେଇଛନ୍ତି । ସଭାପତି ହେବା ପରେ ଉପଜିଲାପାଳ କଲେଜରେ ବୈଠକ ଡାକିନାହାନ୍ତି । ଏପରିସ୍ଥିତିରେ କିଏ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ କାମ ଆରମ୍ଭ କଲା । କେବେ ହେଇଥିଲା ଏହାର ଟେଣ୍ଡେର । ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏପରି ଘଟଣା କୌଣସି ନୂଆ କଥା ନୁହଁ । ଲକ୍ଷ ଲକ୍ଷ ଟଙ୍କାର ତଦନ୍ତ ବର୍ତମାନ ଆବଶ୍ୟକ ହେଲାଣି ଆଉ ଦାବି ମଧ୍ୟ ଉଠିଲାଣି । ଗଞ୍ଜାମ ଜିଲ୍ଲା ସୋରଡା ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଓ ଆଦିବାସୀ ପିଲାଙ୍କୁ ନ୍ୟାୟ ଦେବା ପାଇଁ ଅଭିଯୋଗ ହେଇଚି । ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜକୁ ୩୦ ରୁ ଉର୍ଦ୍ଧ୍ୱ ବର୍ଷ ହେଲାଣି ଆଦିବାସୀ ପିଲାଙ୍କ ରହିବା ପାଇଁ ଗୋଟିଏ ଗୃହ ନିର୍ମାଣ ହେଇଥିଲା । ହେଲେ ଆଜିଯାଏଁ ଏଠାରେ ହଷ୍ଟେଲ ଥିବା ସୂଚନା ପିଲାଙ୍କୁ ଦିଆଯାଉନି । କତ୍ତୃପକ୍ଷ ଏହି ଗୃହକୁ ବିଜ୍ଞାନଲାଵ ରୂପେ ବ୍ୟବହାର କରୁଛନ୍ତି । ଗତ କିଛି ବର୍ଷ ତଳେ ଏହାକୁ ଆଦିବାସୀ ପିଲାଙ୍କୁ ଦିଆଯାଉ ବୋଲି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଥିଲେ | ଫଳରେ ବାଧ୍ୟ ହୋଇ କତ୍ତୃପକ୍ଷ ଏଠାରୁ କଲେଜ କାର୍ଯ୍ୟଳୟ ଘୁଞ୍ଚାଇ ଥିଲେ । କିଛି ବର୍ଷ ପରେ ପୁଣିଥରେ ଏହାକୁ ଲାଵ ରୂପେ ବ୍ୟବହାର କରିବା ଆରମ୍ଭ ହେଲା । ବର୍ତ୍ତମାନ ଏହି ଟିଆରଡବ୍ଲୁ ଗୃହ ଉପରେ ଚାଲିଛି ନୂତନ ନିର୍ମାଣ । କାହା ନିର୍ଦେଶ ନମାରେ ହଉଚି କାମ,କିଏ ଦେଇଥିଲା ପ୍ରସ୍ତାବ ,କଲେଜ ଡେଭଲପମେଣ୍ ଟକମିଟିଏହାକୁ ସ୍ୱୀକୃତି ଦେଇଥିଲାକି ,କଲେଜ ଗଭରନିଂବଡିରେ ଏହା ଆଲୋଚନା ହେଇଥିଲାକି,କାହିଁକି ଏତେ ଶୀଘ୍ର କୋଠା ନିର୍ମାଣ ଚାଲିଛି,ଏହି କୋଠା ବର୍ତ୍ତମାନ ଏତେ ଜରୁରୀ କାହିଁକି,କଲେଜଫଣ୍ଡରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିବା ପାଇଁ ଅଧ୍ୟକ୍ଷ କାହାର ଅନୁମତି ଆଣିଛନ୍ତି ସେନେଇ ତଦନ୍ତ ହେବା ଦରକାର । ବର୍ତ୍ତମାନ କଲେଜ ପ୍ରେସିଡେଣ୍ଟ ଭାବେ ଉପଜିଲ୍ଲାପାଳ ଅଛନ୍ତି । ନିର୍ମାଣ ପୂର୍ବରୁ ଉପଜିଲ୍ଲାପାଳଙ୍କ ଅନୁମତି ନିଆଯାଇଛି କି, ଉପଜିଲ୍ଲାପାଳ କଣ ଆଦିବାସୀ ଟିଆରଡବ୍ଲୁ କୋଠାରେ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ଏନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ।ଏହି କୋଠା ନିର୍ମାଣ ପାଇଁ କେବେ ହେଇଥିଲା ଟେଣ୍ଡେର, କିଏ ଦେଇଥିଲା ଏହାର ଫିଜିବିଲିଟି। ୩୫ ବର୍ଷ ପୁରୁଣା କୋଠାରେ ନୂତନ କୋଠା ନିର୍ମାଣ କେତେ ସୁରକ୍ଷିତ ।ଏହି କୋଠା ନିର୍ମାଣ ପାଇଁ ଟିଆରଡବ୍ଲୁର ଅନୁମତି ନିଆଯାଇଛି କି ନାହିଁ ତାହା ସନ୍ଦେହ । ଡେଭଲପମେଣ୍ଟ କମିଟି ଏନେଇ ପାଟି ଫିଟେଇବାକୁ କୁଂଥୁକୁଂଥୁ । କଲେଜ ଆକାଉଣ୍ଟବର୍ସର କେଉଁ ଆଧାରରେ ଲକ୍ଷାଧିକ ଟଙ୍କା ଉଠାଇ ଥିଲେ। କଲେଜ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଥିବାବେଳେ ତାହାର ଅପବ୍ୟବହାର କରାଯାଉଥିବାଏବେ ଅଭିଯୋଗ ହେଉଛି । ଆଦିବାସୀ ପିଲାଙ୍କୁ ରହିବାର ସୁବିଧା ନଦେବା ଏବଂ ଟିଆରଡବ୍ଲୁ ଗୃହକୁ ଅନ୍ୟ ଉପାୟରେ ବ୍ୟବହାର କରିବାର ତଦନ୍ତ ପାଇଁ ଦାବି ହେଇଚି । ଏପରିକି କଲେଜ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଅନିୟମିତ ଭାବେ ଖର୍ଚ୍ଚ ହେଇଥିବା ଭିଜଲାନ୍ସ ତଦନ୍ତ ପାଇଁ ସ୍ୱର ଉଠିଲାଣି । କଲେଜରେ ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ ଖର୍ଚ୍ଚ ବାବଦକୁ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା କଲେଜ ଫଣ୍ଡରୁ ଖର୍ଚ୍ଚ କରାଯାଉଥିବା ଅନୁମାନ କରାଯାଉଛି। ଏତେ ପରିମାଣରେ ଟଙ୍କା କାହା ଇଙ୍ଗିତରେ ହଉଚି ଖର୍ଚ୍ଚ । ଯଦି ଏବେବି ପିଲାମାନେ ୩୦ ବର୍ଷର ପୁରୁଣା ଗୃହରେ ପାଠ ପଢୁଛନ୍ତି ତେବେ ଏହି ଲକ୍ଷାଧିକ ଟଙ୍କା କାହା ପାଇଁ ଖର୍ଚ୍ଚ ହଉଛି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଠାରେ ପରିସ୍ରାଗାର ନାହିଁ, ପିଇବା ପାଇଁ ପାଣିନାହିଁ, କଲେଜରେ ସାଇକେଲ ଷ୍ଟାଣ୍ଡଟିଏ ନାହିଁ, ଏସବୁ ମୌଳିକ ଆବଶ୍ୟକତାକୁ ଛାଡି କଲେଜ କତ୍ତୃପକ୍ଷ କୋଠା ଉପରେ କୋଠା ନିର୍ମାଣ କରିବାରେ ଲାଗିଛନ୍ତି । ଏହିସବୁର ପୁଙ୍ଖାନୁ ପୁଙ୍ଖ ତଦନ୍ତ ପାଇଁ ଦାବି ହେଉଛି । ତେବେ ଏନେଇ କଲେଜ କତ୍ତୃ ପକ୍ଷଙ୍କ କହିବା ହେଲା ଏହି ଗୃହ କଲେଜ ପରିଚାଳନା ଦାଇତ୍ୱରେ ରହିଛି ଏବଂ ଏହା ରକ୍ଷଣା ବେକ୍ଷଣ ଆମେ କରୁଚୁ । ସେଠାରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପରୀକ୍ଷାଗାର ଚାଲିଥିବା ବେଳେ ପାଣି ଗଳିବା ଯୋଗୁଁ ବହୁ ଜିନିଷ ନଷ୍ଟ ହେଇଗଲା ତେଣୁ ଏହି ପୁରୁଣା ଗୃହର ସୁରକ୍ଷା ପାଇଁ ଆଉ ଗୋଟିଏ ନୂତନ ଗୃହ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବିନିମୟରେ ନିର୍ମାଣ କରାଯାଉଛି । ଏବଂ ଏଥିପାଇଁ ଟିଆରଡବ୍ଲୁ କିମ୍ବା ଅନ୍ୟ କାହାର ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷ ଅନୀଲ ଦାସ । ପୁରାତନ ଛାତ୍ର ଅମ୍ବିକା ଦାସଙ୍କ କହିବା ହେଲା ଆମେ ଏଠାରେ ବର୍ଷ ପାଠ ପଢିଛୁ କିନ୍ତୁ ଏଠାରେ ଆଦିବାସୀ ପିଲାଙ୍କ ପାଇଁ ଗୋଟିଏ ହଷ୍ଟେଲ ଥିବା ଆମ ଶିକ୍ଷକ ମାନେ କେବେ ଆମକୁ କହିନାହାନ୍ତି । ନଚେତ ଅନେକ ଉପକୃତ ହୁଅନ୍ତେ । ତେଣୁ ଆଦିବାସୀ ପିଲାଙ୍କ ନ୍ୟାୟ ପାଇଁ ତଦନ୍ତ ହେବା ଦରକାର । ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ,ଗଂଜାମ ଜିଲ୍ଲାପାଳ ଓ ରାଜ୍ୟ ଆଦିବାସୀ ବିଭାଗୀୟ କତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସଂଗ୍ରାମଙ୍କ କହିବା ହେଲା ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବହୁବର୍ଷ ହେଲାଣି ବ୍ୟାପକ ଆର୍ଥିକ ଅନିୟମିତତା ହେଉଛି । କିନ୍ତୁ ଉଚ୍ଚକତ୍ତୃପକ୍ଷ ଏହିସବୁ ଦେଖି ନ ଦେଖିଲା ପରି ରହିଛନ୍ତି । ଏହି ଭୁଲ ଯୋଗୁଁ ବର୍ତମାନ କତ୍ତୃପକ୍ଷ ଏକ ଛତ୍ରବାଦ ଭାବେ ନିର୍ମାଣ କାର୍ଯ୍ୟ କରିଛନ୍ତି । ତେଣୁ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୩ ରୁ ୪ ବର୍ଷ ମଧ୍ୟରେ ହେଇଥିବା ସମସ୍ତ ଆର୍ଥିକ ଗତିବିଧିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କଲେ ଲକ୍ଷଲକ୍ଷ ଟଙ୍କାର ଅନିୟମିତତା ଲୋକ ଲୋଚନକୁ ଆସିବ । ଆଦିବାସୀ ପିଲାଙ୍କୁ ନ୍ୟାୟ ଦେବା ସହ ଏହି ନିର୍ମାଣ କୁ ବନ୍ଧ କରିବା ପାଇଁ ଏବେ ଚାରିଆଡେ ଦାବି ହେଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ