ମୋଦିଙ୍କ କୁର୍ତ୍ତା ଉପହାର ଦେଲେ ମମତା,ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲେ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟତଛନ୍ତି । ଏହି ଅବସରରେ ମମତା ପ୍ରଧାନମନ୍ତ୍ରୀଙ୍କୁ ମିଠା ଏବଂ କୁର୍ତ୍ତା ଉପହାର ଦେଇଥିଲେ । ଏହା ସହିତ ପ୍ରଧାମନ୍ତ୍ରୀଙ୍କୁ ସେ ପଶ୍ଚିମବଙ୍ଗ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମମତା କହିଛନ୍ତି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ଏବଂ ଫଳପ୍ରଦ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ତାଙ୍କୁ ମୁଁ ଭେଟିବାକୁ ସୁଯୋଗ ପାଇନଥିବାରୁ ଆଜି ସାକ୍ଷାତ ପାଇଁ ଆସିଥିଲି ବୋଲି ମମତା କହିଛନ୍ତି । ମମତା କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ସେ ୧୩୫୦୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କଠାରୁ ଦାବି କରିଛନ୍ତି । ଏହା ସହିତ ରାଜ୍ୟର ନାମ ପରିବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ମଞ୍ଜୁରି ଦେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମମତା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଆସନ୍ତାକାଲି ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।


