ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସଭିଆନ, ରେଡ ରିବନ କ୍ଲବ ଏବଂ ଯୁବ ରେଡକ୍ରସ୍ ତରଫରୁ କ୍ଷତ୍ରିୟବରପୁର ସମେତ ଆସିକା ଏବଂ କେନ୍ଦୁପଦର କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି | କଲେଜ୍ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଏଡ଼ସ୍ , ଯକ୍ଷ୍ମା ଏବଂ ରକ୍ତଦାନ ସମ୍ପର୍କରେ ସଚେତନ କରାଯାଇଥିଲା | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା କାର୍ଯ୍ୟକ୍ରମ ସଂଚାଳକ ହେମନ୍ତ କୁମାର ଦାସ ଯୋଗ ଦେଇ ଏଡ଼ସ ନିୟନ୍ତ୍ରଣ ପାଇଁ 95,95,95 ସୂତ୍ର ଉପରେ କହିଥିଲେ | ଜ଼ିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ସଂଯୋଜକ ବିଦେଶୀ ଜେନା ଯକ୍ଷ୍ମା ରୋଗର ନିୟନ୍ତ୍ରଣ ଉପରେ କହିଥିଲେ |ଏଥିରେ ଆସିକା କଲେଜ ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ, କେନ୍ଦୁପଦର କଲେଜ ଯୁବ ରେଡକ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଳ୍ପ ଲିଖନ, କୁଇଜ୍ ଏବଂ ମୁଖଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଡ଼ସ ଏବଂ ଯକ୍ଷ୍ମା ସଚେତନତା ନାଟକ ପ୍ରଦର୍ଶନ କରାଯାଇଥିଲା |ଯୁବରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, ବିବେକାନନ୍ଦ କର, କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ପିଙ୍କି ପଲାଇ ,ବିଜୟଲକ୍ଷ୍ମୀ ପାଢୀ, ସ୍ୱରୂପା ରାଣୀ ବିଶ୍ୱାଳ, ରମେଶ ଚନ୍ଦ୍ର ରାଉତ, ଭାରତୀ ବିଶ୍ୱାଳ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ