ଆନ୍ତର୍ଜାତିକ ବାଳିକା ଦିବସ ରେ ସଚେତନତା ଶୋଭାଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବୁଧବାର ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରି କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ବାଳିକା ଦିବସ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ତତ୍ତ୍ଵାବଧାନରେ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପରେ ଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ , ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ବିଶ୍ରବା ପାଇକ , ରସାନନ୍ଦ ଘଡେଇ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ , ଏନ୍ ଏସି ସିଆରସିସି ଅନିଲ କୁମାର ଦାସ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପରେ ଅତିଥି ବୃନ୍ଦ ବାଲ୍ୟବିବାହ ବନ୍ଦ , ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେଇ ରାଜ୍ୟ ତଥା ଦେଶର ବିକାଶରେ ସାମିଲ ହେବା , ଶିଶୁକନ୍ୟାକୁ ସୁରକ୍ଷା ସ୍ବରୂପ ଅଗ୍ରାଧିକାର ପ୍ରଦାନକୁ ନେଇ ସଭାରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା । ଏହାପରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯୬ ଜଣ ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ , ସ୍ଳୋଗାନ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ସମାରୋହରେ ଅତିଥି ମାନେ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି , ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


