ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ବାଳିକା ପ୍ରତିଯୋଗି ଅଂଶ ଗ୍ରହଣ କରି ନିଜ ନିଜ ର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିବା ପାଇଁ ବିଚାରକ ଭାବରେ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ସର୍ବଶ୍ରୀ ମାୟାଧର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତିମୟୀ ରଥ, ଶ୍ରୀମତୀ ସସ୍ମିତା ପଣ୍ଡା, ଶିକ୍ଷକ ପିତବାସ ନାୟକ, ଅଶ୍ୱିନୀ ମିଶ୍ର, ମଦନମୋହନ ପଣ୍ଡା, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ସିଆରସିସି ଅମୂଲ୍ୟ କୁମାର ନାୟକ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ରହି ତଦାରଖ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ