ଆପ୍ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍ । ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି ଏହି ଆପ୍ ତିଆରି ହୋଇଥିବା କୁହାଯାଉଛି । ଏହା ଦ୍ୱାରା ସ୍ୱାମୀମାନେ ବେଶ୍ ଉପକୃତ ହୋଇପାରିବେ ବୋଲି କମ୍ପାନୀ କହିଛି । ଦାମ୍ପତ୍ୟ ଜୀବନରେ ମହିଳାମାନେ ଅଧିକାଂଶ ସମୟରେ ଗୋଟିଏ କଥାର ଅନ୍ୟ ଅର୍ଥ ବାହାର କରିଥାନ୍ତି । ଫଳରେ ଅଯଥା କଳହ ସୃଷ୍ଟି ହୋଇଥାଏ । ତେବେ ଏହି ଆପ୍ ମହିଳାଙ୍କ ମନୋଭାବ ଆଧାରରେ ସ୍ୱାମୀଙ୍କୁ କଥା କହିବା ଲାଗି ପରାମର୍ଶ ଦେବୟ ଆପ୍କୁ କେତେକ ମହିଳା ସଂଗଠନ ବିରୋଧ କରୁଥିବାରୁ ଏଥିରେ କିଛି ପରିବର୍ତ୍ତନ କରାଯିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଏହି ଆପ୍ କେବେ ବଜାରକୁ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା କମ୍ପାନୀ ପକ୍ଷରୁ ଦିଆଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ