ତ୍ରିଭୁବନ ବିଜୟୀ ରାବଣର ମନ୍ତ୍ର, ବଦଳିବ ଜୀବନ
ତ୍ରେତେୟା ଯୁଗର ପୌରାଣିକ କଥା ଉପରେ ଆଧାରିତ ରାମାୟଣର ସବୁଠୁ ଚର୍ଚ୍ଚିତ ପାତ୍ର ହେଉଛନ୍ତି ଲଙ୍କାର ରାଜା ରାବଣ । ରାବଣଙ୍କୁ ଖଳନାୟକ ଭାବେ ବର୍ଣ୍ଣନା କରାଯାଉଥିଲେ ମଧ୍ୟ ସେ ଥିଲେ ତ୍ରିକାଳଦର୍ଶୀ ଏବଂ ମହାନ ପଣ୍ଡିତ । ମୃତ୍ୟୁ ପୂର୍ବରୁ ଲକ୍ଷ୍ମଣଙ୍କୁ ସେ ବହୁ ଗୁଢ ଜ୍ଞାନ ପ୍ରଦାନ କରିଥିବା ଆଲୋଚନା ହୁଏ । ଏହି କଥା ଅନୁସାରେ ରାବଣ ଯେତେବେଳେ ଶେଷ ନିଶ୍ୱାସ ନେଉଥିଲେ ସେତେବେଳେ ସେ ଲକ୍ଷ୍ମଣଙ୍କୁ ଜୀବନରେ ସଫଳ ହେବା ପାଇଁ ୩ଟି ମନ୍ତ୍ର କହିଥିଲେ । ପୁରାଣ ଅନୁସାରେ ଶ୍ରୀରାମ ଭଗବାନ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ରାବଣ ଭଳି ମହାନ ପଣ୍ଡିତ କେହି ନାହାନ୍ତି । ରାବଣ ଯୁଦ୍ଧ ହାରି ନିଜ ଅନ୍ତିମ ସମୟରେ ଥିଲାବେଳେ ରାମଙ୍କ କହିବା ଅନୁସାରେ ଲକ୍ଷ୍ମଣ ରାବଣଙ୍କ ପାଖକୁ ଯାଇଥିଲେ । ସେତେବେଳେ ଲକ୍ଷ୍ମଣ ତାଙ୍କୁ ଜୀବନରେ ସଫଳ ହେବା ପାଇଁ ଜ୍ଞାନ ମାଗିଥିଲେ ।
ରାବଣଙ୍କ ପ୍ରଥମ ମନ୍ତ୍ର ଅନୁସାରେ କେବେ ନିଜ ଶତ୍ରୁକୁ ଛୋଟ ଭାବିବା ଅନୁଚିତ୍ । ରାବଣ ଏହି ଭୁଲ କରିଥିବାରୁ ତାଙ୍କୁ ପରିଣାମ ଭୋଗିବାକୁ ପଡ଼ିଥିଲା । ଶୁଭ କାର୍ଯ୍ୟ କରିବାରେ କେବେ ବିଳମ୍ବ କରିବା ଅନୁଚିତ୍ । ପ୍ରତ୍ୟେକ ଶୁଭ କାର୍ଯ୍ୟ ଶୀଘ୍ର କରି ଅଶୁଭ କାର୍ଯ୍ୟରୁ ଦୂରେଇ ରହିବା ଜରୁରୀ । ରାବଣଙ୍କ ତୃତୀୟ ମନ୍ତ୍ର ଅନୁସାରେ ନିଜ ଜୀବନର ଗୁମର କେବେ କାହାକୁ କହିବା ଅନୁଚିତ୍ ।


