ଆବାସ ତାଲିକାରେ ସାମିଲ ଦାବିରେ ଜିଲାପାଳଙ୍କୁ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ବାଳେଶ୍ୱର ସଦର ବ୍ଲକ ଅର୍ନ୍ତଗତ ଓଡ଼ଙ୍ଗୀ ପଞ୍ଚାୟତର ଏହି ବଞ୍ଚିତ ହିତାଧିକାରୀମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦେଢ଼ବର୍ଷ ପୂର୍ବରୁ ବ୍ଲକ ପକ୍ଷରୁ ପ୍ରକାଶିତ ତାଲିକାରେ ସେମାନଙ୍କ ନାମ ରହିଥିଲା । ବିଭାଗୀୟ ଅଧିକାରୀଙ୍କ ଯାଞ୍ଚରେ ସେମାନେ ଯୋଗ୍ୟ ହିତାଧିକାରୀ ବୋଲି ବି ଅଧିକାରୀମାନେ କହିଥିଲେ । ମାତ୍ର ଏବେ ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାମ ନ ରହିବାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସର୍ଭେ ପାଇଁ ଯାଇଥିବା ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରି କିଛି କିଛି ନ୍ୟସ୍ତସ୍ୱାର୍ଥ ଛାମୁଆ ନେତା ସେମାନଙ୍କୁ ତାଲିକାରୁ ବାଦ ପକାଇଥିବା ସେମାନେ ଆରୋପ କରିଛନ୍ତି । ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସେମାନଙ୍କୁ ତାଲିକାରୁ ବାଦ ଦିଆଯାଇଥିବା ଗ୍ରାମବାସୀମାନେ କହିଛନ୍ତି । ପୂର୍ବରୁ ଓଡ଼ଙ୍ଗୀ ପଞ୍ଚାୟତରେ ୨୫୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ ଏବେ ମାତ୍ର ୪୯ଜଣ ଆବାସ କାର୍ଯ୍ୟାଦେଶ ପାଇଛନ୍ତି । ଏ ବାବଦରେ ତଦନ୍ତ ସହ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପଦ୍ମଲୋଚନ ଦାସ, ସୁକାନ୍ତୀ ଦାସ, କନକଲତା ରାଉତ, ଖଗେଶ୍ୱର ଦାସ, ଗୀତା ସାମଲ, ରଞ୍ଜୀତା ଦାସ, ବାସନ୍ତୀ ସେଠି, ଗୀତା ମହାପାତ୍ର, ନୟନା ମହାଳିକ, ସୁଦାନା ମହାଳିକ, ଲକ୍ଷ୍ମୀମଣି ରାଉତ, ମଧୁସୂଦନ ମହାଳିକ, ମମତା ମହାପାତ୍ର, ମୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ