ଆବୁଧାବିରେ ହେବ ସର୍ବ ବୃହତ୍ ଆକ୍ୱାରିୟମ୍

ଆବୁଧାବିରେ ନିର୍ମାଣାଧୀନ ମଧ୍ୟପ୍ରାଚ୍ୟର ବୃହତ୍ତମ ଆକ୍ୱାରିୟମକୁ ୨୦୧୯ରେ ହିଁ ସମ୍ପୂର୍ଣ୍ଣ କରାଯିବ । ଅଲ୍ କ୍ୱାନା(ୟୁଏଇ)ର ଏହି ୭,୦୦୦ ବର୍ଗ ମିଟର ପରିମିତ ଆକ୍ୱାରିୟମର ୧୦ଟି ଜୋନ୍ ରହିବ । ଏଠାକୁ ବର୍ଷକୁ ୧ ମିଲିଅନ୍ ପର୍ଯ୍ୟଟକ ଆସିବେ ବୋଲି ଆକଳନ କରାଯାଇଛି । ଏହି ଆକ୍ୱାରିୟମରେ ୩୩,୦୦୦ରୁ ଊଦ୍ଧ୍ୱର୍ ସାମୁଦ୍ରିକ ଜୀବ ରହିବେ । ଲୋକମାନେ ଏହା ସମ୍ବନ୍ଧରେ ବହୁ ତଥ୍ୟ ପାଇବାକୁ ସକ୍ଷମ ହେବେ । ବିଶ୍ୱର ବଛା ବଛା ୮୦ ଜଣ ମେରାଇନ ଏକ୍ସପର୍ଟ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଏହାର ନିର୍ମାଣ ଶେଷ ହେବା ପରେ ଶିକ୍ଷା କ୍ଷେତ୍ରରେ ଏହା ମୁଖ୍ୟ ଭୂମିକା ନେବ ବୋଲି କୁହାଯାଉଛି । ଏହି ଆକ୍ୱାରିୟମକୁ ବର୍ଷକୁ ୫୦,୦୦୦ ସ୍କୁଲ ପିଲା ବୁଲି ଦେଖି ସେଠାରେ ସାମୁଦ୍ରିକ ଜୀବ ସମ୍ବନ୍ଧରେ ଅନେକ କିଛି ଶିଖିପାରିବେ । ପ୍ରଶାନ୍ତ ମହାସାଗର ଅଞ୍ଚଳ ତଥା ଅମାଜନର ମଧୁର ଜଳ ଏବଂ ମେରୁ ଅଞ୍ଚଳର ବହୁ ଜୀବଙ୍କୁ ବି ଏଠାରେ ଦେଖିବାକୁ ମିଳିବ । ନ୍ୟାଶନାଲ ଆକ୍ୱାରିୟମର କେନ୍ଦ୍ର ଭାଗରେ ୟୁଏଇ ଓ ଆରବିୟନ ଗଲ୍ଫର ବହୁ ସାମୁଦ୍ରିକ ଜୀବଙ୍କ ସମ୍ପର୍କରେ ଶିକ୍ଷା ଲାଭ କରିହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ