ଭଲ ନିଦ ଆଣିବ ସ୍ମାର୍ଟ ପାଇଜାମା
ୟୁନିଭର୍ସିଟି ଅଫ୍ ମାସାଚ୍ୟୁସେଟସ୍ର ଗବେଷକ ତ୍ରିଶା ଆଣ୍ଡ୍ର୍ୟୁ ଓ ତାଙ୍କ ସାଥୀ ଗବେଷକମାନେ ସ୍ମାର୍ଟ ପାଇଜାମା ଓ ସାର୍ଟ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସ୍ୱୟଂ·ଳିତ ୫ଟି ସେନ୍ସର ଲଗାଯାଇଛି । ଏହା ହୃତସ୍ପନ୍ଦନ, ଶ୍ୱାସକ୍ରିୟା ଓ ଶୋଇବାର ଶୈଳୀକୁ ମନିଟର କରିପାରିବ । ସ୍ମାର୍ଟ ପାଇଜାମା ଓ ସାର୍ଟ ଶୋଇବା ଶୈଳୀରେ ସୁଧାର ଆଣିବା ଲାଗି ତଥ୍ୟ ଉପଲବ୍ଧ କରାଇବ । ଏହି ତଥ୍ୟ ଆଧାରରେ ବ୍ୟକ୍ତି ଭଲରେ ଶୋଇପାରିବ ।


