ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି ଡେୱନ ଜନସନ

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍): ହଲିଉଡ଼ ଅଭିନେତା ଡେୱନ ଜନସନ କହିଛନ୍ତି ଯେ ଯଦି ସେ କେବେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତାହେଲେ ଦେଶବାସୀଙ୍କ ସେବା କରିବା ତାଙ୍କ ପାଇଁ ସମ୍ମାନର ବିଷୟ ହେବ । ଏକ ସର୍ବେକ୍ଷଣର ଜବାବରେ ଜନସନଙ୍କ ଏହି ମନ୍ତବ୍ୟ ଦେଇଥିଲେ । ସର୍ଭେକ୍ଷଣରେ କୁହାଯାଇଥିଲା ଯେ ଆମେରିକାର ପାଖାପାଖି ଅଧା ଜନତା ଚାହୁଁଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ଦାବିଦାର । ଡବ୍ଲୁଡବ୍ଲୁଇ ପହଲାନରୁ ଅଭିନେତା ହୋଇଥିବା ଡେୱନ ଜନସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ କହିଛନ୍ତି ଯେ ଅତିକମରେ ୪୬ ପ୍ରତିଶତ ଆମେରିକୀୟ ଡେୱନ ଜନସନ ‘ଦି ରକ୍‌’ଙ୍କ ତରଫରୁ ରାଷ୍ଟ୍ରପତି ପଦବୀ ପାଇଁ ଦାବିଦାର ହେଲେ ସମର୍ଥନ କରିବେ । ଜନସନ ‘ଦି ରକ୍‌’ ନାଁରେ ଜଣାଶୁଣା । ପୋଷ୍ଟରେ ସେ ଲେଖିଛନ୍ତି, ଅତ୍ୟନ୍ତ ସୁଖର କଥା । ମୋତେ ଲାଗୁନି ଯେ ଆମର ସଂସ୍ଥାପକ କେବେ ଭାବିଥିବେ ଯେ ୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ, ଚନ୍ଦା, ଟାଟୁ ।ଲା, ଅଧା ଅଶେ୍ୱତ, ଅଧା ସମାଓ, ଟକିଲା ପିଉଥିବା, ଫେନି ବ୍ୟାଗ ପିନ୍ଧୁଥିବା ବ୍ୟକ୍ତି ତାଙ୍କ କ୍ଲବରେ ସାମିଲ ହେବ । ଯଦି ଏମିତି କିଛି ହୁଏ ତାହେଲେ ଆପଣମାନଙ୍କ ସେବା କରିବା ମୋ ପାଇଁ ସମ୍ମାନର କଥା ହେବ । ଜନସନଙ୍କ ପିତା ଅଶେ୍ୱତ ଥିଲେ ଓ ମା ସମାଓର ଥିଲେ । ସେ ଅଣ୍ଟାରେ ବାନ୍ଧୁଥିବା ଫେନି ବ୍ୟାଗ ପିନ୍ଧିବା ଷ୍ଟାଇଲ ପାଇଁ ପ୍ରସିଦ୍ଧ । ତେବେ ଜଣେ ଅଭିନେତା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଇଛା ଜାହିର କରିବା ଏହା ପ୍ରଥମ ମାମଲା ନୁହେଁ । ୨୦୧୭ରେ ଜନସନ କହିଥିଲେ ଯେ ରାଷ୍ଟ୍ରପତି ପଦବୀ ପାଇଁ ଦାବିଦାର ପେଶ କରିବା ନେଇ ସେ ଗମ୍ଭୀରତାର ସହ ବିଚାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ