ଅସ୍ତରଙ୍ଗ ରେଞ୍ଜରୁ ୫୯,୪୫୯ଟି ଅଲିଭରିଡ଼ଲେ ଅଣ୍ଡା ସଂଗ୍ରହ

ନିମାପଡା (ସନ୍ତୋଷ ଦାଶ)ଅସ୍ତରଙ୍ଗ ରେଞ୍ଜ ତରଫରୁ ଅଲିଭରିଡେଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାଲାଗି ଦେବୀ ନଦୀ ମୁହାଣ ଠାରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୨୫ କିମି ସମୁଦ୍ର ବେଳାଭୂମିରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ  ନିଆଯାଇଛି । ଅଲିଭରିଡଲେ କଇଁଛଙ୍କ ଅଣ୍ଡା ସଂଗ୍ରହ ଲାଗି ୨୦ ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ନାଶି,ଗଙ୍ଗାଦେବୀ, ଜାହାନିଆଁ ଓ ଦାଳୁଅକଣି ଠାରେ ଚାରିଗାଟି ହ୍ୟାଚେରୀ କରାଯାଇ ରାତ୍ରି ରେ ଅଣ୍ଡା ଗୁଡ଼ିକୁ ସଂଗ୍ରହ କରାଯାଇ ରଖାଯାଉଛି । ବର୍ତ୍ତମାନ ସୁଦ୍ଧା ଅଲିଭରିଡେଲ କଇଁଛଙ୍କ ୫୪୨ଟି ବସାରୁ ୫୯୪୫୯ ଅଣ୍ଡା ସଂଗ୍ରହ କରାଯାଇ ହ୍ୟାଚେରୀରେ ଛୁଆ ଫୁଟି ବା ପାଇଁ ରଖାଯାଇଛି । ସେହି ପରି ୩୫ ହଜାରରୁ ଉର୍ଦ୍ଧ୍ବ କଇଁଛ ଛୁଆଙ୍କୁ ସମୂଦ୍ରରେ ଛଡ଼ାଯାଇଛି । ଅପର ପକ୍ଷରେ ଦେବୀ ନଦୀ ଓ ସମୁଦ୍ର ସଙ୍ଗମ ସ୍ଥଳରେ ଥିବା ଦୀପପୁଞ୍ଜରୁ ୨୦୬ ବସା ଠାବ ହୋଇଥିବା ସ୍ଥଳେ ସେ ସବୁ ଅଣ୍ଡାକୁ ସଂଗ୍ରହ କରା ନଯାଇ ଆପେ ଆପେ ଅଣ୍ଡାରୁ ଛୁଆ ଫୁଟି ସମୂଦ୍ରକୁ ପଳାଇଥାନ୍ତି । ପୂର୍ବ ବର୍ଷ ୩୪୨ ବଷାରୁ ୩୦,୯୭୪ ଅଣ୍ଡା ବନବିଭାଗ ସଂଗ୍ରହ କରିଥିବା ସ୍ଥଳେ ଚଳିତ ବର୍ଷ ପାଗ ଭଇ ଥିବାରୁ ୨୮,୮୪୫ଟି ଅଧିକ ଅଣ୍ଡା ବନ ବିଭାଗ ସଂଗ୍ରହ କରିଥିବା ଜଣାପଡିଛି । ଅଲିଭରିଡଲା କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ବର୍ତ୍ତମାନ ଚାଲୁଥିବାରୁ ସମୁଦ୍ରରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ବୋଲି ଜଙ୍ଗଲ ବିଭାଗର କର୍ମକର୍ତ୍ତା ମାନେ ଜାହାନିଆଁ ଠାରେ ପ୍ରକାଶ କରିଛନ୍ତି ।ଅପର ପକ୍ଷରେ ଅସ୍ତରଙ୍ଗ ହ୍ୟାଚେରୀରୁ ଦଶ ରୁ ଉର୍ଦ୍ଧ କଇଁଚ ଶାବକଙ୍କ ମୁତ୍ୟୁକୁ ନେଇ ବନ ବିଭାଗ ର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ