ଆମ ଆଦାମୀ ପାଟିର ବ୍ଲକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠର ଗୁମ୍ମା ବ୍ଲକ ହାଟପଦା ଠାରେ ଆମ ଆଦାମୀ ପାଟିର ବ୍ଲକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ବୋୟାଜ ବେବର୍ତ୍ତାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ପହଞ୍ଚାଇବ ପାଇଁ ସମସ୍ତ ପଞ୍ଚାୟତରେ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର ଦ୍ବାରା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି,ପାଣି, ମହିଳା ମାନଙ୍କୁ ସୁବିଧା ଯୋଗାଇଦେବା ଓ ରୋଜଗାର କ୍ଷେତ୍ରରେ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଚାର ସହିତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବଂ ବିଭିନ୍ନ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା, ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ ଓ ଅନ୍ୟାନ୍ୟ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନୂଆଗଡ ବ୍ଲକ ସଂପାଦକ ଯୋଥାମ ଲିମ୍ମା, ଜିଲ୍ଲା କମିଟି ସଦସ୍ୟ ଲୋଗସ୍ ଦାସ୍ ବର୍ଦ୍ଧନ,ଲୁସେନ୍ୟ ଗମାଙ୍ଗ, କୁମାର ସିଂ,ନାଗେନ୍ଦ୍ର ବଡ ରୟିତ, ପ୍ରିଣ୍ଟିନ ସିଂ,ନେରିୟ ଗମାଙ୍ଗ,ଯୋରାମ୍ ଲିମ୍ମା,ସୋଲମାନ ସିଂ,ବିମଳ ଶବର, ଚିରଞ୍ଜିବୀ ପାଲ୍, ଲୋହିତ ଜେନା,ଏମାନୁଏଲ ଲିମ୍ମା ପ୍ରମୁଖ ଉପସ୍ଥିତ ଥିଲେ। ଗୁମ୍ମା ବ୍ଲକ ଯୁବ ସଭାପତି ଦୀପ ସାମୁଏଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.


