କାଶୀନଗର ପୋଲିସର ଚଢ଼ାଉ ୪ ଶହ କେ.ଜି ଗଞ୍ଜେଇ ଜବତ

କାଶୀନଗର, (ତାରିଣୀ ପ୍ରସାଦ ପଣ୍ଡା): କାଶୀନଗର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସନ୍ଧ୍ୟା ସମୟ ଯାଞ୍ଚ ବେଳେ ଖଣ୍ଡବା ଠାରୁ ଅଙ୍କରଡ଼ା ଯିବା ରାସ୍ତାରେ ଏକ ମହିନ୍ଦ୍ରା ପିକ ଓପ ଭେନ OD18-A-5929 ଗାଡିକୁ ଯାଞ୍ଚ କରି ସେଥି ମଧ୍ୟରୁ ଚାରି ଶହ କିଲୋ ଗଞ୍ଜାଇ ଜବତ କରି ଗାଡିକୁ ଜବତ କରିଥିବା କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି. ଗାଡିର ଡ୍ରାଇଭର ପୋଲିସ ମାନଙ୍କୁ ଦେଖି ଗାଡି ଛାଡି ଫେରାର ହୋଇଯାଇଛି. ଏହି ଚଢ଼ାଉରେ ସ୍ଥାନୀୟ ତହସିଲଦାର ଆଶିଷ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ