ଆମ ଓଡ଼ିଶା ନବୀନ ଓଡିଶା ସଫଳ ନିମନ୍ତେ ପ୍ରସ୍ତୁତି
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ ମଙ୍ଗଳ ତଥା ଲୋକାଭିମୁଖୀ ଯୋଜନା ଅନ୍ତର୍ଭକ୍ତ ଆମ ଓଡ଼ିଶା ନବୀନ ଓଡ଼ିଶା ଯାହାକି ପ୍ରତ୍ୟେକ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହେଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତିରେ ଥିବା ୧୨ଟି ପଞ୍ଚାୟତକୁ ମଧ୍ୟ ଏହି ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ମିଳିଛି।ବ୍ଲକ୍ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ,ବ୍ଲକ ଉପାଧ୍ୟକ୍ଷl ଓ ବି ଜେ ଡି ଦଳର ସକ୍ରିୟ ସଦସ୍ୟ ମାନେ ପ୍ରତି ପଞ୍ଚାୟତରେ ପହଞ୍ଚି ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କ ସହ ଆଲୋଚନା କାରି ଏହି ଟଙ୍କାର ଖର୍ଚ୍ଚ କିପରି ହୋଇପାରିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ କରି ସଫଳ ରୂପାୟନ କରି ପଞ୍ଚାୟତ ଗୁଡ଼ିକୁ ତୃଣମୂଳ ସ୍ତରରୁ ସୁଦୃଢ଼ୀକରଣ କରିବା ନେଇ ବିବରଣୀ ଦେଇଥିଲେ। ଗତ ଦଇଦିନ ତଳେ ଗଜପତି ଜିଲ୍ଲା ପର୍ଯ୍ୟବ୍ୟକ୍ଷକ ଅତନୁ ସବ୍ୟସଚୀ ନାୟକ ନବୀନ ଓଡ଼ିଶା ମାଧ୍ୟମରେ ଆସୁଥିବା ଅନୁଦାନ ବିଷୟ ରେ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ଏହି ଅନୁଦାନ ପଞ୍ଚାୟତ ମଧ୍ୟରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ, ଜଗନ୍ନାଥ ସଂସ୍କୃତି, କମ୍ୟୁନିଟି ଗୃହ, ବିଦ୍ୟାଳୟ ନିମନ୍ତେ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଖର୍ଚ୍ଚ ହୋଇପାରିବ। ଏହି ଅନୁଦାନ ଖର୍ଚ୍ଚ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିବା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ସୂଚନା ଦେଇଛନ୍ତି।


