ଆମ ପୋଲିସ ସମିତି ଭଞ୍ଜନଗର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। । ଏଥିରେ ମୋଟ ୨୧୩ୟୁନିଟ ରକ୍ତ ସଂଗୃହିତ ହୋଇଛି।ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ଗଞ୍ଜାମ ଏସପି ଶ୍ରୀ ମୀନା ରକ୍ତଦାନ କରି ଯୁବ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ। ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତର ଯୁବକ ସଂଘ,ଭଞ୍ଜନଗର ଅଟୋ ଆସୋସିଏସନ, ଘରୋଇ ବସ ଚାଳକ ସଂଘ,ମୋଟର ଚାଳକ ସଂଘ, ପୁଲିସ କର୍ମଚାରୀ, ଯୁବ ଗୋଷ୍ଠୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କାଯ୍ୟକ୍ରମ କୁ ଆମ ପୋଲିସ ସମିତି ସଭାପତି କୃତ୍ତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ, ଜଗବନ୍ଧୁ ଜେନା,ଜଗଦୀଶ ପାଣିଗ୍ରାହୀ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାର ରକ୍ତ ସଂଗ୍ରହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ