ଆରପାରିରେ ଦିଲ୍ଲୀର ପୁର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ
(ଯୁଗାବ୍ଦ ନୁାଜ) ଇନ୍ଦରା ଗାନ୍ଧୀଙ୍କ ରାଜନୀତିରୁ ଅନୁପ୍ରାଣିତ ହୋଇ ଜାତୀୟ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୁର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ ଆଉ ନାହାନ୍ତି । ସେ ଦିଲ୍ଲୀର ଏସ୍କୋଟ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସୁଚନାପ୍ରକାରେ, ଶିଲା ଦିକ୍ଷୀତ ୧୯୯୮ ମସିହାରୁ ୨୦୧୩ ପର୍ୟ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ସେ ଦିଲ୍ଲୀ କଂଗ୍ରେସ କମିଟିର ଅଧ୍ୟକ୍ଷା ମଧ୍ୟ ଥିଲେ। ୧୯୩୮ ମସିହା ମାର୍ଚ୍ଚ ୧୧ ତାରିଖରେ ଜନ୍ମିତ ଶିଲା ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ୨ ଥର କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ।


