୬ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି
(ଯୁଗାବ୍ଦ ନ୍ୟୁଜ ) ରଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ , ବିହାର, ପଶ୍ଚିମବଙ୍ଗ, ତ୍ରିପୁରା ଓ ନାଗଲାଣ୍ଡରେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି । ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟୋଲେଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ବଦଳି କରାଯାଇଛି । ସୁଚନାଯୋଗ୍ୟ, ଉତ୍ତରପ୍ରଦେଶରେ ପୁର୍ବରୁ ରାମ ନାଇକ ରାଜ୍ୟପାଳ ଥିଲେ । ସେହିପରି ବିହାରର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶକୁ ବଦଳି କରାଯାଇ ଥିବାବେଳେ ବିହାରରେ ଫଗୁ ଚୌହାନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ପଶ୍ଟିମବଙ୍ଗରେ କେଶରୀ ନାଥ ତ୍ରିପାଠୀଙ୍କ ସ୍ଥାନରେ ଜଗଦୀପ ଧନକଡ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ତ୍ରିପୁରାରେ କପ୍ତାନ ସିଂ ସୋଲାଙ୍କିଙ୍କ ଜାଗାରେ ଫଗୁ ଚୌହ୍ୱାନ ନିଯୁକ୍ତି ହୋଇଛନ୍ତି ।ଆର ଏନ ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି


