ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ୯୬ ହଜାରରୁ ଅଧିକ
ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି । ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ ୯୬,୧୭୩ରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା ୨,୮୫,୬୩୬କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 58.24 ଶତକଡା ହୋଇଛି । ବର୍ତ୍ତମାନ ୧,୮୯,୪୬୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଦେଶରେ ଆଇସିଏମଆର ଗତ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ଲାଗି ୧୧ଟି ଅଧିକ ପରୀକ୍ଷାଗାର ବୃଦ୍ଧି କରିଥିବା ବେଳେ ମୋଟ ସଂଖ୍ୟା ୧,୦୧୬କୁ ବୃଦ୍ଧି ପାଇଛି । ଏଥିରୁ ୭୩୭ଟି ସରକାରୀ ହୋଇଥିବା ବେଳେ ୨୭୯ଟି ବେସରକାରୀ ।


