ଆର୍ଥିକ ସ୍ୱାକ୍ଷରତା ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ଥିବା ୟୁନିଅନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଚାଲିଥିବା ଗୋଷ୍ଠୀ ସମ୍ବଳ ବ୍ୟକ୍ତି ତଥା ମହିଳା ମାନଙ୍କ ଆର୍ଥିକ ସ୍ୱାକ୍ଷରତା ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତି ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ୬ଦିନ ଧରି ଚାଲୁ ରହିଥିଲା । ଏଥିରେ ଜିଲ୍ଲାର ମୋହନା, କ।।ଶୀନଗର, ଗୋଷାଣୀ, ରାୟଗଡ ଓ ଆର୍.ଉଦୟଗିରି ବ୍ଲକାଞ୍ଚଳରୁ ୧୫ଜଣ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ତଥା ମହିଳା ମାନେ ତାଲିମ ନେଇଥିଲେ । ଆୟୋଜିତ ଉଦ୍ଯାପନୀ ସଭାରେ ଅନୁଷ୍ଠାନର ନର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଓଡିଶା ଜୀବିକା ମିଶନ ଗଜପତି ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧିକା ପ୍ରୀୟମ୍ବଦା ବିଷୋୟୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାଏକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହ ପ୍ରକଳ୍ପ ନିର୍ଦ୍ଦେଶକ(ଜୀବିକା) ବିଦ୍ୟାଧର ମୁଦୁଲି, ଓଡିଶା ଜୀବିକା ମିଶନ ଗଜପତି ଜିଲ୍ଲା ଏଫ୍ଆଇସି ବେଣୁଧର ସାହୁ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇଥିଲେ । ଅତିଥିମାନେ ପ୍ରତିଭାଗୀ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ନିଜ ନିଜର ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସ୍ୱାକ୍ଷରତା ବିଷୟରେ ତାଲିମ ଦେବେ ଏବଂ ସଚେତନତା କରାଇ ନିଜେ ନିଜେ ସ୍ୱାବଲମ୍ବୀ ହେଲେ ଯାଇ ପ୍ରଶିକ୍ଷଣ ନେଇଥିବା ବିଷୟ ବସ୍ତୁର ସଠିକ ଉପଯୋଗ ହୋଇପାରିବ ବୋଲି କହିଥିଲେ । ଏହାପରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


