ବକେୟା ଅର୍ଥ ଦାବିରେ ସରପଞ୍ଚଙ୍କୁ ତାଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତବର୍ଷ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡିଆଙ୍କ ସୁଅ ଗଜପତି ଜିଲ୍ଲାକୁ ଛୁଟିଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସବୁ ପଞ୍ଚାୟତରେ ସ୍ୱୟଂ ସହାୟିକା ଦଳ ମାଧମରେ ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା । ଏଥିରେ ମୋହନା ବ୍ଲକରେ ରନ୍ଧାଖାଦ୍ୟ ବିତରଣ ପାଇଁ ବିଭିନ୍ନ ପଞ୍ଚାୟତରେ ସ୍ୱୟଂ ସହାୟିକା ଦଳକୁ ନିୟୋଜିତ କରାଯାଇଥିଲା । ଏମାନେ ପରିଶ୍ରମ କରି ଏହି ଖାଦ୍ୟକୁ ବିତରଣ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ବାବଦରେ ବକେୟା ଅର୍ଥ ପ୍ରଦାନ କରାଯାଇ ନାହିଁ । ତେଣୁ ଏମାନଙ୍କ ଦ୍ୱାରା ପାରିଶ୍ରମିକ ପାଇଁ ଏକ ଭିନ୍ନ ପ୍ରତିବାଦ କରାଯାଇଛି । ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ଶବର କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଖବର ପାଇ ସ୍ଥାନୀୟ ମହାଶକ୍ତି ସ୍ୱୟଂ ସହାୟିକା ଦଳର ସଦସ୍ୟମାନେ କାର୍ଯ୍ୟାଳୟ ଫାଟକରେ ବକେୟା ଅର୍ଥ ପ୍ରଦାନ ପାଇଁ ତାଲା ପକାଇ ଦେଇଥିଲେ । ସକାଳ ୧୦ଟାରୁ ଅପରାହ୍ନ ପ୍ରାୟଣ୍ଟ୩ଟା ପର୍ଯ୍ୟନ୍ତ ଦୀର୍ଘ ୫ଘଣ୍ଟାଧରି ସରପଞ୍ଚ ବନ୍ଦା ରହିବା ଖବର ପାଇ ମୋହନା ବିଡିଓଙ୍କ ପ୍ରତିନିଧି ଭାବେ ଜିପିଇଓ ନରସିଂହ ମାଣ୍ଡାଙ୍ଗି ଘଟଣାସ୍ଥଳରେ ପହଞ୍ôଚ ଥିଲେ । ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରି ଆପୋଷ ସମାଧାନ ମାଧ୍ୟମରେ ଆସନ୍ତା ଶୁକ୍ରବାର ବକେୟା ଅର୍ଥରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ତାଲା ଖୋଲିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ