ଆର.ଉଦୟଗିରି ପୋଲିସର ସଫଳତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ଆର.ଉଦୟଗିରି ପୋଲିସକୁ ଏକ ସଫଳତା ମିଳିଛି । ରାଜ୍ୟ ବାହାରକୁ ୧୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ସଫଳତାର ସହ ଯାଞ୍ଚ କରି ଗଞ୍ଜେଇକୁ ଜବତ କରିପାରିଛନ୍ତି । ଏଥିରେ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିପାରିଛନ୍ତି । ଘଟଣାରୁ ପ୍ରକାଶ ଆର.ଉଦୟଗିରି ପୋଲିସ ରାତ୍ର ପେଟ୍ରୋଲିଂ ସାରି ଫେରୁଥିବା ବେଳେ ପଇପଦର ଗ୍ରାମ ନିକଟରେ ୨ଜଣ ବ୍ୟକ୍ତି ସଂଦେହଦନକ ଭାବେ ବିଚରଣ କରୁଥିବା ଦେଖିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ୨ଜଣଙ୍କୁ ବିବିନ୍ନ ତଦନ୍ତ ଓ ଯାଞ୍ଚ କରିବା ପରେ ପୋଲିସକୁ ସଫଳତା ମିଳିପାରିଥିଲା । ଏହି ୨ଜଣ ୧୨ଗୋଟି ବସ୍ତାରେ ୩କୁଇଣ୍ଟାଲ ୯୧କେଜି ୮୦୦ଗ୍ରାମ ଗଞ୍ଜେଇକୁ ରାସ୍ତା କଡରେ ଲୁଚାଇ ରଖି ରାଜ୍ୟ ବାହାରକୁ ଚାଲାଣ ପାଇଁ କୌଣସି ଏକ ଗାଡିର ଅପେକ୍ଷାରେ ଥିଲେ । ପୋଲିସ ଏହି ଗଞ୍ଜେଇକୁ ଜବତ କରିବା ସହ ଏଥିରେ ସଂପୃକ୍ତ ୨ଜଣ ଚୋରା ଚାଲାଣକାରୀ ମୋହନ ମାଝି ଓ ଯୋସଫ ରଇତକୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବା ଆର.ଉଦୟଗିରି ଏସଡିପିଓ ଦୀଲିପ ନାୟକ ଏବଂ ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୁଚନା ଦେଇଛନ୍ତି । ଜବତ ଗଞ୍ଜେଇର ମୁଲ୍ୟ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ମଧ୍ୟ ପୋଲିସ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ