ଆସୁଛି ମାଆଙ୍କ ନବରାତ୍ରିବ୍ରତ ପୂର୍ବରୁ ଘରେ ରଖନ୍ତୁ ଏହି ସବୁ ସାମଗ୍ରୀ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏଥର ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୯ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ତାରିଖ ଯାଏଁ ·ଲିବ । ଏଥର ପୂରା ୯ଦିନ ମାଆଙ୍କ ଉପାସନା କରାଯିବ । ଅକ୍ଟୋବର ୮ତାରିଖ ଧୁମଧାମରେ ଦଶହରା ପାଳନ କରାଯିବ । ଏହା ବ୍ୟତୀତ ଅକ୍ଟୋବର ୮ତାରିଖରେ ଦୁର୍ଗାଙ୍କ ବିସର୍ଜନ କରାଯିବ । ନବରାତ୍ରି ଆରମ୍ଭ ହେବାର ପୂର୍ବରୁ କିଛି ବିଶେଷ ସାମଗ୍ରୀ ଘରକୁ ଆଣନ୍ତୁ । ଆସନ୍ତୁ ଜାଣିବା ନବରାତ୍ରି ସମୟରେ ଆପଣଙ୍କୁ କେଉଁ କେଉଁ ଜିନିଷର ଆବଶ୍ୟକତା ପଡ଼ିବ ।ଦେବୀ ପୂଜା ସାମଗ୍ରୀ : ମାଆଙ୍କ ମୂର୍ତ୍ତିୀ କିମ୍ବା ଫଟୋ ସ୍ଥାପନା ନିମନ୍ତେ ଆସ୍ଥାନ, ମାଆ ଦୁର୍ଗାଙ୍କ ଫଟୋ କିମ୍ବା ମୂର୍ତ୍ତି, ମାଆଙ୍କ ଆସ୍ଥାନରେ ବିଛାଇବା ପାଇଁ ଲାଲ କିମ୍ବା ହଳଦିଆ କପଡ଼ା, ମାଆଙ୍କୁ ଅର୍ପଣ କରିବା ପାଇଁ ଲାଲ ଓଢ଼ଣୀ କିମ୍ବା ଶାଢ଼ି, ନଅ ଦିନ ପାଠ କରିବା ନିମନ୍ତେ “ଶ୍ରୀଦୁର୍ଗା ନବରାତ୍ରି ବ୍ରତକଥା’ ବହି, କଳଶ, ଧୁଆ ହୋଇଥିବା ତାଜା ଆମ୍ବପତ୍ର, ଫୁଲ ମାଳା କିମ୍ବା ଫୁଲ, ଏକ ନଡ଼ିଆ, ପାନ, ଗୁଆ, ଅଳେଇଚ, ଲବଙ୍ଗ, କର୍ପୂର, ସିନ୍ଦୂର, କୁମକୁମ, ଡୋର, ସୂତା, ·ଉଳ, ଅଖଣ୍ଡ ଦୀପ ଜଳାଇବା ପାଇଁ ପିତ୍ତଳ କିମ୍ବା ମାଟିର ସଫା ଦୀପ, ଘିଅ, ସଳିତା, ଦୀପରେ ଲଗାଇବା ପାଇଁ କୁମକୁମ କିମ୍ବା ସିନ୍ଦୂର, ·ଉଳ, ୯ଦିନ ପାଇଁ ଯଜ୍ଞ ସାମଗ୍ରୀ : ଯଜ୍ଞକୁଣ୍ଡ, ଆମ୍ବକାଠ, ଯଜ୍ଞକୁଣ୍ଡରେ ଲଗାଇବା ପାଇଁ କୁମକୁମ କିମ୍ବା ସିନ୍ଦୂର, କଳା ରାଶି, ·ଉଳ, ଯବ, ଧୂପ, ଚିନି, ୫ଧରଣର ଡ୍ରାଏ ଫ୍ରୁଟସ୍, ଘିଅ, ଝୁଣା, ଗୁଗୁଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ