ରୋଗ ଡାକିଆଣେ ଫ୍ରାଏଡ୍ ରାଇସ୍
ଆଜିକାଲି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଫ୍ରାଏଡ୍ ରାଇସ୍ ଖାଇବା ପସନ୍ଦ କରନ୍ତି । ଘରେ ମଧ୍ୟ ଭାତ ରହିଗଲେ ମହିଳାମାନେ ଅଧିକ ସ୍ୱାଦିଷ୍ଟ ଖାଦ୍ୟ କରିବା ପାଇଁ ବଳକା ଭାତକୁ ଫ୍ରାଏ କରିଦିଅନ୍ତି । ତାହା ଖାଇବାକୁ ଭଲ ଲାଗିପାରେ ସତ ହେଲେ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥାଏ । ମେଡିକାଲ ସାଇନ୍ସ ଅନୁସାରେ ଫ୍ରାଏଡ୍ରାଇସ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହା ଖାଇଲେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୁଏ । ମଣିଷ ନିଜକୁ ଅସୁସ୍ଥ ଅନୁଭବ କରେ । ତେବେ ଜାଣନ୍ତୁ ଏହି ରୋଗ ବିଷୟରେ ଯାହା ଫ୍ରାଏଡ୍ ରାଇସ ଖାଇବା ଦ୍ୱାରା ହୋଇଥାଏ ।
ଏସିଡିଟି:
ଫ୍ରାଏଡ୍ ରାଇସ ଖାଇଲେ ଶରୀରରେ ଏସିଡ୍ ମାତ୍ରା ବଢ଼ିଥାଏ । କାରଣ ଫ୍ରାଏଡ୍ ରାଇସ୍ ଖାଇଲେ ସବୁଠୁ ଅଧିକ ପ୍ରଭାବ ପାଚନ ପ୍ରକ୍ରିୟାରେ ପଡ଼େ । ଏଥିପାଇଁ ପ୍ରତିଦିନ ଫ୍ରାଏଡ୍ ଭାତ ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ।
ରକ୍ତ·ପ :
ଫ୍ରାଏଡ୍ ରାଇସ ଖାଇଲେ ଶରୀରର ରକ୍ତ ସଂ·ଳନ ନିୟମିତ ଭାବେ ହୁଏନାହିଁ । ଏହା ଦ୍ୱାରା ରକ୍ତ·ପ ସମସ୍ୟା ହୋଇପାରେ । ଲଗାତାର ଭାବେ ଫ୍ରାଏଡ୍ ରାଇସ ଖାଇଲେ ରକ୍ତ·ପ ରୋଗର ଶିକାର ହୋଇପାରନ୍ତି ।
ପାଚନ ପ୍ରକ୍ରିୟା :
ପ୍ରତିଦିନ ଫ୍ରାଏଡ୍ ରାଇସ ଖାଇଲେ ଏହାର ପ୍ରଭାବ ପାଚନ ପ୍ରକ୍ରିୟା ଉପରେ ପଡ଼ିପାରେ । ଫଳରେ ମଣିଷ ଦୁର୍ବଳ ଓ ଅସୁସ୍ଥ ହୋଇଥାଏ ।
ଓଜନ ବଢ଼ିବା:
ଲଗାତାର ଭାବେ ଫ୍ରାଏଡ୍ ରାଇସ ଖାଇଲେ ଓଜନ ବଢ଼ିବ । ଏହା ଦ୍ୱାରା ମଣିଷ ଅଧିକ କାମ କରିପାରେ ନାହିଁ ଓ ଶରୀର ମୋଟାପଣର ଶିକାର ହେବ ।


