ଆସୁଛି ରକ୍ଷା ବନ୍ଧନ, ଦାଉ ସାଧିଲା କରୋନା, ସାହା ପାଲଟିଛି ଡିଜିଟାଲ୍‌ ପ୍ଲାଟ୍‌ଫର୍ମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଆସନ୍ତା ଅଗଷ୍ଟ ୩ ତାରିଖରେ ପଡୁଛି ଏବର୍ଷର ରକ୍ଷା ବନ୍ଧନ। ଭାଇ-ଭଉଣୀଙ୍କ ଅତୁଟ ସ୍ନେହ-ପ୍ରେମର ସାକ୍ଷୀ ଏହି ରାକ୍ଷୀ ପୂର୍ଣ୍ଣିମା ପ୍ରତିବର୍ଷ ଆସି ସଂପର୍କକୁ ପୂର୍ବାପେକ୍ଷା ଆହୁରି ଟିକେ ମଜ୍‌ବୁତ କରିଯାଏ। ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଛି ସତ, କିନ୍ତୁ ଅନେକ ଭାଇଙ୍କ ପାଖରେ ଭଉଣୀର ସ୍ନେହର ଡୋରୀ ପହଞ୍ଚିବା ଯେପରି ସ୍ବପ୍ନ ପାଲଟିଛି।କରୋନା ଭୟରେ ଦେଶରେ ଲାଗୁ ହୋଇ ଚାଲିଥିବା ଗୋଟାଏ ପରେ ଗୋଟାଏ ଲକ୍‌ଡାଉନ୍‌ ଲୋକମାନଙ୍କ ବଞ୍ଚିବା ମୁସ୍‌କିଲ୍‌ କରିଛି ଯେତେବେଳେ ପର୍ବ ପାଳନର ବା ଆଉ କେତେ ଗୁରୁତ୍ବ!ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆମେ ଅନେକ ଭଉଣୀଙ୍କ ସହ ଫୋନ୍‌ ଯୋଗ‌େ କଥା ହେବା ପରେ ଜାଣିବାକୁ ମିଳିଛି ଯେ ଭାଇ-ଭଉଣୀର ଅତୁଟ ଡୋରୀକୁ ଛିଡ଼ାଇ ପାରିନି କରୋନା। ଏବର୍ଷ ବି ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା, ବାସ୍‌ ଟିକିଏ ନିଆରା ଢଙ୍ଗରେ।କରୋନା ଭୟ, ଲକ୍‌ଡାଉନ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ନାହିଁ ନଥିବା ଭିଡ଼ ହେତୁ ଚଳିତବର୍ଷ ଡାକରେ ବିଶେଷ ରାକ୍ଷୀ ପୋଷ୍ଟ୍‌ ହୋଇନାହିଁ। ତେବେ, ଭାଇ ପାଖରେ ଭଉଣୀର ରାକ୍ଷୀକୁ ନେଇ ପହଞ୍ଚାଇଛି ଡିଜିଟାଲ୍‌ ପ୍ଲାଟଫର୍ମ।କେହି କେହି ଇ-କମର୍ସ ସାଇଟ୍‌ ଜରିଆରେ ଭାଇଙ୍କ ଠିକଣାରେ କେବଳ ରାକ୍ଷୀ ବରାଦ ‌ଦେଇଛନ୍ତି ତ ପୁଣି କେହି ରାକ୍ଷୀ ସହ ମିଠା ବି ପଠାଇ ପାରିବାର ସୁବିଧା ପାଇଛନ୍ତି। ଆଉ କିଛି ଜଣ ଭିଡିଓ କଲିଂ ଜରିଆରେ ଏବର୍ଷ ରାକ୍ଷୀ ପାଳିବାର ଯୋଜନା କରିଛନ୍ତି। ଜଣେ ଭଉଣୀଙ୍କ କହିବାନୁସାରେ, ଯଦିଓ ଭାଇକୁ ଏବର୍ଷ ରାକ୍ଷୀର ଆଲିଙ୍ଗନ ମିଳିବ ନାହିଁ। ମାତ୍ର ଭିଡିଓ କଲିଂ ଜରିଆରେ ମୁଁ ମୋ ଭାଇକୁ ଦେଖିପାରିବି, ‌ସେ ମୋତେ ଦେଖିପାରିବ। ଆମେ ଅନ୍‌ଲାଇନ୍‌ରେ ରହି ରକ୍ଷା ବନ୍ଧନ ପାଳନ କରିବୁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ