ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିଜେପିର ଅନୀତା ଓ ବ୍ରହ୍ମପୁର ନିମନ୍ତେ ଭୃଗୁ ହେବେ ପାର୍ଥୀ !
ବ୍ରହ୍ମପୁର (ଶ୍ରାବଣୀ ନାୟକ ) ସୋମବାର ବିଜେଡିର ପ୍ରଥମ ପାର୍ଥୀ ତାଲିକା ପ୍ରକାଶ ପାଇଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକାରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ନିମନ୍ତେ ପାର୍ଥୀ ଘୋଷଣା କରିଥିବା ବେଳେ ମଙ୍ଗଳବାର ଦିନ ବିଜେପିର ପ୍ରଥମ ପାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷିରେ ବ୍ରହ୍ମପୁର ଓ ଆସ୍କା ସାଂସଦୀୟ କ୍ଷେତ୍ର ପାଇଁ ଭୃଗୁ ବକ୍ସିପାତ୍ର ଓ ଅନୀତା ପଟ୍ଟନାୟକଙ୍କ ନାମ ରହିଥିବା ବିଶ୍ୱସ୍ତ ସୁତ୍ରରୁ ସୁଚନା ମିଳିଛି । ସେହି କ୍ରମରେ ଗୋପାଳପୁର ବିଧାନସଭା ପାଇଁ ବିଭୁତି ଜେନା , ଛତ୍ରପୁର ପାଇଁ ଧରଣୀଧର ବେହେରା, ଚିକିଟିରୁ ମନୋରଞ୍ଜନ ଦ୍ୟାନସାମନ୍ତରା , ଦିଗପହଣ୍ଡିରୁ ଉତମ ପାଣିଗ୍ରାହୀ , ସାନଖେମୁଣ୍ଡିରୁ ବିଜୟ ସ୍ୱାଇଁ , ବ୍ରହ୍ମପୁରରୁ କାହ୍ନୁ ଚରଣ ପତି , କବିସୁର୍ୟ୍ୟନଗରରୁ ରଞ୍ଜନ ପଲେଇ, ଭଞ୍ଜନଗରରୁ ବିନାୟକ ତ୍ରୀପାଠୀ , ସୋରଡାରରୁ ଭଗବାନ ପଣ୍ଡା , ଆସ୍କାରୁ ନାରାୟଣ ବେହେରା , ଖଲ୍ଲିକୋଟରୁ ଭାରତୀ ବେହେରା ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ ବିଜେପି ପକ୍ଷରୁ ପ୍ରମୁଖ ପାର୍ଥୀ ଭାବେ ମନୋନୀତ ହେବାର ସମ୍ଭାବନା ରହିଛି ।


