ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲେ ତହସିଲଦାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଜଣେ ବାଇକ ଆରୋହୀଙ୍କୁ ହାଟଡିହି ତହସିଲଦାର ଉଦ୍ଧାରକରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ତହସିଲଦାର ଗାୟତ୍ରୀ ସୋରେନ ଆଜି ସୁଲଣ ପଞ୍ଚାୟତର ନିର୍ବାଚନ କାର୍ଯ୍ୟ ସାରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବାବେଳେ ଦଧିବାବନପୁର ଛକରେ ଜଣେ ଯୁବକ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ଏହାଦେଖି ତହସିଲଦାର ତୁରନ୍ତ ଗାଡି ରଖି କର୍ମଚାରୀଙ୍କ ସହଯୋଗରେ ଯୁବକକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ । ଆହତ ଯୁବକ ଜଣକ ମରୈଗାଁ ଗ୍ରାମର ନାଉପୁର ସାହିର ସୁରେଶ ଜେନାଙ୍କ ପୁଅ ବାପି ଜେନା ବୋଲି ଜଣାପଡିଛି । ତାଙ୍କ ମୁଣ୍ଡ, ହାତରେ ଗଭୀର କ୍ଷତ ହୋଇଛି । ତହସିଲଦାରଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ