ପୂର୍ତ୍ତମନ୍ତ୍ରୀ କପାଳେଶ୍ୱର ପ୍ରାଥମିକ ସ୍କୁଲ ଓ ଆହାର କେନ୍ଦ୍ର ବୁଲିଲେ
କେନ୍ଦ୍ରାପଡା – କେନ୍ଦ୍ରାପଡାକୁ ଗସ୍ତରେ ଆସିଥିବା ପୂର୍ତ୍ତ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗରାପୁର ଡାକବଙ୍ଗଳା ସଭାରେ ଯୋଗଦେବା ପରେ ସ୍ଥାନୀୟ କପାଳେଶ୍ୱର ପ୍ରାଥମିକ ବିଦ୍ୟାଳୟକୁ ବୁଲି ଦେଖିବା ସହ ସ୍କୁଲର ଶିକ୍ଷୟତ୍ରୀଙ୍କ ସହିତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି,ମଧ୍ୟାହ୍ନ ଭୋଜନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ । ଏହାପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ପହଁଚି ଲୋକମାନଙ୍କୁ ୫ଟଙ୍କାରେ ଦିଆଯାଉଥିବା ଖାଦ୍ୟ ନିଜେ ଖାଇ ତା’ର ମାନ ପରୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ସହିତ ବିଧାୟକ ଶଶୀଭୂଷଣ ବେହେରା,ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ମଧ୍ୟ ଆହାର କେନ୍ଦ୍ରରେ ଖାଦ୍ୟ ଖାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜା ବାବର ବେଗ, ଡା.କିଶୋର ଆଚାର୍ଯ୍ୟ , ଡାକ୍ତରଖାନା ପରିଚାଳକ ପ୍ରମୁଖ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ।


