ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡ଼ିକାଲ ନେଲେ ଦୁଇ ଯୁବକ  

ବୁଗୁଡା,(ଅନିଲ କୁମାର ମହାରଣା): ଆଜି ଅପରାହ୍ନରେ ବୁଗୁଡା ସିନେମା ହଲ ନିକଟରେ ଏକ ଦୁର୍ଘଟଣା ଘଟି ଗୁରୁତର ଆହତ ହୋଇଛନ୍ତି ବୁଗୁଡା ବାଲିପିଣ୍ଡି ସାହିର ସଞ୍ଜୟ ସାହୁ। ସଞ୍ଜୟ ସାହୁ ପରିବା ବ୍ୟବସାୟ ସାରି ନିଜ ମୋପେଡରେ ବୁଗୁଡା ଫେରୁଥିବା ସମୟରେ ବୁଗୁଡ଼ାରୁ ଯାଉଥିବା (ଓଆର ୦୫ ଏଏସ ୪୩୫୪) ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ସହ ଧକ୍କା ହେବା ଯୋଗୁଁ ଛିଟିକି ପଡ଼ିଥିଲେ । ସଞ୍ଜୟ ଦୀର୍ଘ ସମୟ ଧରି ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ଦେଖେଣାହାରି ସାଜି ଥିଲେ ଉପସ୍ଥିତ ଜନତା । ଏହି ସମୟରେ ସେହି ରାସ୍ତା ଦେଇ ଆସୁଥିବା ଦୁଇ ଯୁବକ ପ୍ରକାଶ ମହାରଥା ଓ ସତ୍ୟ ପ୍ରକାଶ ନାୟକ ଗୁରୁତର ଆହତ ସଞ୍ଜୟଙ୍କୁ ଉଦ୍ଧାର କରି ନିଜ ବାଇକରେ ବୁଗୁଡା ମେଡିକାଲକୁ ଆଣି ଘର ଲୋକଙ୍କୁ ଖବର ଦେଇଥିଲେ । ସଞ୍ଜୟଙ୍କ ବାମ ହାତ ହାଡ଼ ଭାଙ୍ଗି ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଆଘାତ ଲାଗିଛି । ଅବସ୍ଥା ଗୁରୁତର ଥିବାରୁ ସଞ୍ଜୟଙ୍କୁ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯୁବକ ଦ୍ବୟଙ୍କ ଏଭଳି ସେବା ମ ଅଭାବକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ