ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଙ୍କୁ ମାଡ଼ ମାରିବା ଘଟଣା , ଶିକ୍ଷୟତ୍ରୀ ଙ୍କ ନାମରେ ମାମଲା ରୁଜୁ

ନିମାପଡ଼ା, (ସନ୍ତୋଷ ଦାଶ) ନିମାପଡା ବ୍ଲକ ଭଗବାନ ସୁନ୍ଦରା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଇପ୍ସିତା ପ୍ରିୟଦର୍ଶିନୀ ଙ୍କୁ ଉକ୍ତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଦ୍ୟାଳୟ ରେ ମାଡ଼ ମାରି ଲହୁ ଲୁହାଣ କରିବା ଅଭିଯୋଗରେ ସଂପୃକ୍ତ ଶିକ୍ଷୟତ୍ରୀ ଙ୍କ ନାମରେ ପୋଲିସ ଏକ ମାମଲା ରୁଜୁ କରିଛି । ଛାତ୍ରୀ ଙ୍କ ବାପା ସଞ୍ଜୟ ମହାପାତ୍ର ଙ୍କ ଅଭିଯୋଗ କ୍ରମେ ପୋଲିସ ଦଫା ୩୪୨/୩୨୩/୫୦୬/୭୫ ଜୁଭେନାଇଲ ଜଷ୍ଟିସ ଆକ୍ଟ ରେ ଶିକ୍ଷୟତ୍ରୀ ବନଶ୍ରୀ ପାତ୍ର ଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ବ୍ଲକ ଶିକ୍ଷା ଅଧିକାରୀ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସଂପୃକ୍ତ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମ୍ପୂକ୍ତ ଶିକ୍ଷୟତ୍ରୀ ଙ୍କୁ ନିଲମ୍ବନ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ସାଧାରଣ ରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ