ଇନାଡୁ ସାମ୍ବାଦିକଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲେ ଗଜପତି ସାମ୍ବାଦିକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କେ.ସିଏଚ. ରତ୍ନମଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସହାୟତାର ହାତ ବଢାଇଲେ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ । ଏଠାରେ ସୂଚନା ଯୋଗ୍ୟ ଯେ,ଗଜପତି ଜିଲ୍ଲାରେ ଦୈନିକ ତେଲୁଗୁ ଇନାଡୁ ଖବରକାଗଜ ସାମ୍ବାଦିକ କେ.ସିଏଚ. ରତ୍ନମ ଗତ ୧୨ ତାରିଖରେ ପରଲୋକ ଘଟିଥିଲା । ସେ ଜିଲ୍ଲାର ଜଣେ ବରିଷ୍ଠ ତଥା ଆଗଧାଡିର ସାମ୍ବାଦିକ ଭାବେ ତେଲୁଗୁ ଦୈନିକ ଖବର କାଗଜ “ଇନାଡୁ”ରେ ବିଗତ ୪୦ବର୍ଷ ଧରି କାର୍ଯ୍ୟରତ ଥିଲେ । ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ପୂର୍ବରୁ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ ନିଷ୍ପତ୍ତି ନେଇଥିଲେ । ତଦ୍‌ଅନୁଯାୟୀ ସମସ୍ତେ ଏକଜୁଟ ହୋଇ ୧୦ହଜାର ଟଙ୍କାର ଆର୍ଥିକ ରାଶି ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ । ଅବଶିଷ୍ଠ ୫ ହଜାର ଟଙ୍କା ଓ ଚାଉଳ ସ୍ଥାନୀୟ ଅନାଥ ଆଶ୍ରମ ନବଜୀବନ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି । ଏହି ଟ୍ରଷ୍ଟ ଜିଲ୍ଲାର ଅନାଥ, ମୁକବଧିର, ଜରାଶ୍ରମ ଆଦିଙ୍କୁ ନେଇ ପରିଚାଳନା ହେଉଅଛି । ଏନେଇ ନବଜୀବନ ଟ୍ରଷ୍ଟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ରତ୍ନମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମୁହ ପ୍ରାର୍ଥନା କରି ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ